କଟକ: ସର୍ଜିକାଲ ଦୋକାନରେ ଅଗ୍ନିକାଣ୍ଡ

କଟକ : କଟକର ମଙ୍ଗଳାବାଗ ସ୍ଥିତ ଶ୍ରୀ ଗୋପାଳ ସର୍ଜିକାଲ ଦୋକାନରେ ଶନିବାର ଅଗ୍ନିକାଣ୍ଡ ହୋଇଛି। ଖବର ପାଇ ଘଟଣାସ୍ଥଳରେ ୩ଟି ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। କ୍ଷୟକ୍ଷତି ବିଷୟରେ କୌଣସି ସୂଚନା ହସ୍ତଗତ ହୋଇପାରି ନାହିଁ। ଦୋକାନ ନିକଟରେ ଥିବା ବ୍ୟାଙ୍କୁ ନିଆଁ ନ ବ୍ୟାପିଥିବା ସହ ବ୍ୟାଙ୍କର କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି।

Comments are closed.