ଧାନ କ୍ଷେତରେ ମାଈ ହାତୀର ମୃତଦେହ ଠାବ

ଢେଙ୍କାନାଳ : ଢେଙ୍କାନାଳ ଜିଲାର ମହାବିରୋଡ଼ ରେଞ୍ଜ ଅନ୍ତର୍ଗତ ପରଜଙ୍ଗ ବ୍ଲକ ଅଞ୍ଚଳର ବସନ୍ତପଡ଼ା ଗାଁ ନିକଟ ଧାନ କ୍ଷେତରେ ଗୁରୁବାର ଏକ ମାଈ ହାତୀର ମୃତଦେହ ପଡ଼ିଥିବା ଜଣାପଡ଼ିଛି। ଗ୍ରାମବାସୀ ହାତୀର ମୃତଦେହ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଏହାପରେ ଆଜି ସକାଳେ ବନକର୍ମଚାରୀ ,ରେଞ୍ଜର, ପଶୁ ଡ଼ାକ୍ତର ଘଟଣାସ୍ଥଳରେ ପହଞ୍ଚି ଥିଲେ। ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ମୃତଦେହ ବ୍ୟବଚ୍ଛେଦ କରାଯିବା ପରେ ଏହାର ପ୍ରକୃତ କାରଣ ଜଣାପଡ଼ିବ ବୋଲି ବନ ବିଭାଗ କହିଥିବା ସୂଚନା ମିଳିଛି।

Comments are closed.