ଗୌଡ଼ମାଲରେ ବଣୁଆ ହାତୀ, ଲୋକେ ଭୟଭୀତ

ବ୍ରଜରାଜନଗର : ବ୍ରଜରାଜନଗର ଅଞ୍ଚଳର ଗୌଡ଼ମାଲ-ଚନ୍ଦନୀମାଲ ଗ୍ରାମ ନିକଟରେ ଗୁରୁବାର ଏକ ବଣୁଆ ହାତୀ ଦେଖା ଯାଇଥିବା ଜଣାପଡ଼ିଛି। ଉକ୍ତ ହାତୀଟି ଅନ୍ୟ ହାତୀପଲ ଠାରୁ ଅଲଗା ହୋଇ କ୍ଷେତ ଭିତରେ ବାଟବଣା ହୋଇ ଯାଇଥିବା ଲୋକେ କହୁଛନ୍ତି। ହାତୀ ଆତଙ୍କରୁ ସ୍ଥାନୀୟଲୋକେ ଭୟଭୀତ ହୋଇଛନ୍ତି। ବନ ବିଭାଗ କର୍ମଚାରୀ ହାତୀକୁ ଘଉଡ଼ାଇବାକୁ ଉଦ୍ୟମ ଜାରି ରଖିଛନ୍ତି।  ବର୍ତ୍ତମାନ ହାତୀଟି ଚନ୍ଦନୀମାଲ ଗ୍ରାମ ପଟକୁ ମୁହାଁଇଥିବା ଜଣାପଡ଼ିଛି। ସୁରକ୍ଷା ଦୃଷ୍ଟିରୁ ବିଦ୍ୟୁତ ବିଭାଗ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରଖାଯାଇଛି। ସୂଚନା ଯୋଗ୍ୟ, ଗତ ବର୍ଷ ଡ଼ିସେମ୍ବର ୨୪ ତାରିଖରେ ବ୍ରଜରାଜନଗର ଥାନା ଅନ୍ତର୍ଗତ ଲୁଇସିଂ ପଞ୍ଚାୟତ ବଘିଆବେର୍ଣ୍ଣା ଗାଁରେ ଜଣେ ମହିଳା ଭାରତୀ ଖଡ଼ିଆ ଶୌଚ ପାଇଁ ଯାଇଥିବା ସମୟରେ ହାତୀ ଆକ୍ରମଣର ଶିକାର ହୋଇ ତାଙ୍କର ମୃତ୍ୟୁ ହୋଇଥିଲା।

Comments are closed.