ଅଭିଯୋଗ ଶୁଣିବାକୁ ପହଞ୍ଚିଥିବା ଜିଲ୍ଲାପାଳଙ୍କୁ ଘେରିଲେ ଜନତା

ଟିଟିଲାଗଡ଼: ବଲାଙ୍ଗୀର ଅନ୍ତର୍ଗତ ଟିଟିଲାଗଡ଼ରେ ସହସ୍ରାଧିକ ବିଧବା ବୃଦ୍ଧା, ଅନ୍ୟାନ୍ୟ ଅସହାୟମାନେ ଭତ୍ତା ପ୍ରଦାନ ଦାବିରେ ଟିଟିଲାଗଡ଼ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣିକୁ ପହଞ୍ଚିଥିବା ବଲାଙ୍ଗୀର ଜିଲ୍ଲାପାଳ ଅରିନ୍ଦମ ଡ଼ାକୁଆଙ୍କୁ ଘେରାଉ କରିଛନ୍ତି। ସେମାନଙ୍କ ଦାବୀ ଅନୁଯାୟୀ ତାଙ୍କୁ ଭତ୍ତା ମିଳୁ ନଥିବାରୁ ସେ ଏପରି କରିଛନ୍ତି। ଏହାସହ ସୋମବାର ସକାଳ ସମୟରୁ ସହରର ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା ମଧ୍ୟ କରିଛନ୍ତି।

Comments are closed.