ପୁଲିସ କର୍ମୀଙ୍କ ଦ୍ୱାରା ୨ ଆତଙ୍କବାଦୀ ନିହତ

ଜମ୍ମୁ-କଶ୍ମୀର : ଜମ୍ମୁ-କଶ୍ମୀର ଆଞ୍ଚଳିକ ପୁଲିସଙ୍କ ଦ୍ୱାରା ଶୁକ୍ରବାର ସକାଳ ସମୟରେ ଲଶ୍କର-ଇ-ତାଇବାର ୨ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ନିକଟରୁ ଭାରୀ ମାତ୍ରାରେ ବିସ୍ଫୋରକ ଓ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ପୁଲିସ ସେହି ଅଞ୍ଚଳକୁ ସିଲ କରିଦେବା ସହ ତଲାସି ଅଭିଯାନ ଜାରି ରଖିଛି।
ଅଧିକାରୀଙ୍କ ମତାନୁଯାୟୀ, ଦକ୍ଷିଶ କାଶ୍ମୀରର ଅନନ୍ତନାଗ ଜିଲାରେ ଗୁରୁବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏହି ଗୁଳିବିନିମୟରେ ଆଜି ସକାଳେ ବିଜବେହାରାର ସିରହାମା ଗାଁରେ ୨ ଆତଙ୍କବାଦୀ ନିହତ ହୋଇଥିବା ନେଇ ସୂଚନା ମିଳିଥିଲା। ବତ୍ତର୍ମାନ ମଧ୍ୟ ସର୍ଚ୍ଚ ଅପରେଶସନ ଜାରି ରହିଛି। ଏହାସହ ମୃତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ୩ ବର୍ଷ ହେବ ଏହି କାର୍ଯ୍ୟରେ ଖୁବ ସକ୍ରିୟ ଥିଲା ବୋଲି ମଧ୍ୟ କୁହାଯାଉଛି।

Comments are closed.