ଭାଲୁ ଆକ୍ରମଣରେ ଜଣେ ଗୁରୁତର

କଳାହାଣ୍ଡି : କଳାହାଣ୍ଡି ଜିଲା ଗୋଳାମୁଣ୍ଡା ବ୍ଲକର ଡ଼ୁଙ୍ଗରିଗୁଡ଼ା ଗାଁରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ,ବ୍ୟକ୍ତି ଜଣଙ୍କ ସକାଳେ ନିଜ ଚାଷ ଜମିକୁ ଯାଇଥିଲେ। ହଠାତ ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ବ୍ୟକ୍ତିଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ହୋଇଛି। ଘଟଣା ବିଷୟରେ ଜଣାପଡ଼ିବା ପରେ ଗ୍ରାମବାସୀ ଓ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଧର୍ମଗଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

Comments are closed.