ପୁଣି ଶ୍ରୀମନ୍ଦିରର ଭିଡ଼ିଓ ଭାଇରାଲ

ପୁରୀ : ପୁରୀ ଶ୍ରୀମନ୍ଦିରର ବେଢା ଭିତର ଭିଡ଼ିଓ ପୁଣି ଥରେ ଭାଇରାଲ ହୋଇଛି। ଜଣେ ଯୁବତୀ ସୋସିଆଲ ମିଡ଼ିଆରେ ଭିଡ଼ିଓଟିକୁ ସେୟାର କରିଥିବା ଜଣାପଡ଼ିଛି। ଭିଡ଼ିଓରେ ଶ୍ରୀମନ୍ଦିରର ବେଢା ଭିତର ଭୋଗ ମଣ୍ଡପର ଦୃଶ୍ୟ ଭାଇରାଲ ହୋଇଛି। ମାତ୍ର ଭିଡ଼ିଓ ନେଇ ଏଯାଏଁ କୌଣସି ଏତଲା ହୋଇନଥିବା ସୂଚନା ମିଳିଛି। ଶ୍ରୀମନ୍ଦିର ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତେ୍ୱ ଏଭଳି ଭିଡ଼ିଓ କିପରି ଭାଇରାଲ ହେଲା ତାହା ସର୍ବସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Comments are closed.