ତୁଳାପଡ଼ା ହାଇସ୍କୁଲରୁ କମ୍ପ୍ୟୁଟର ଚୋରି ଅଭିଯୋଗ

ନର୍ଲା : କଳାହାଣ୍ଡି ଜିଲା ନର୍ଲା ବ୍ଲକ ଅନ୍ତର୍ଗତ ତୁଳାପଡ଼ା ଦାମୋଦର ସରକାରୀ ଉଚ୍ଚ ବିଦ୍ୟାପୀଠରୁ କିଛି ଦିନ ପୂର୍ବେ ଚୋରି ହୋଇଥିବା ୩ଟି କମ୍ପ୍ୟୁଟର ମନିଟର ଓ ଗୋଟିଏ ସିପିୟୁ ଘଟଣାର ନର୍ଲା ପୁଲିସ ପ୍ରାର୍ଥମିକ ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଚୋରି ହୋଇଥିବା କମ୍ପ୍ୟୁଟର ପ୍ରଥମେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଧିନରେ ଥିବା ବେଳେ ତତ୍କାଳୀନ ପ୍ରଧାନ ଶିକ୍ଷକ ମହେନ୍ଦ୍ର ବାଗ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମାକାନ୍ତ ଦାସଙ୍କୁ ହସ୍ତାନ୍ତର କରିଥିଲେ। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ହାଇସ୍କୁଲ ସହିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସାମିଲ ହେବା ପରେ ଉକ୍ତ ଦୁଇଟି ବିଦ୍ୟାଳୟ ମିଶି ଯାଇଥିଲା ଓ ୩୧ ଜାନୁଆରୀ ୨୦୧୯ରେ କମ୍ପ୍ୟୁଟର ବିଭାଗ ହାଇସ୍କୁଲ ପ୍ରଧାନ ଶିକ୍ଷକ ରମାକାନ୍ତ ଦାସ ଦାୟିତ୍ୱ ନେଇଥିଲେ। ଏହାପରେ ଗତ ୧୬ ତାରିଖରେ କମ୍ପ୍ୟୁଟର ଲ୍ୟାବ୍ ଖୋଲା ଯିବା ପରେ ସେଠାରେ କମ୍ପ୍ୟୁଟର ନଥିବା ଦେଖିବାକୁ ମିଳିଥିଲା।

Comments are closed.