ଓଡ଼ିଆ ଦାଦନ ଶ୍ରମିକ ଉଦ୍ଧାର

0

ଭୁବନେଶ୍ୱର : ତେଲେଙ୍ଗାନାରୁ ଓଡ଼ିଆ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ତେଲେଙ୍ଗାନାର ଏକ ଇଟାଭାଟିରେ କାମ କରିବାକୁ ଯାଇ ନିର୍ଯାତିତ ହେଉଥିବା ପ୍ରାୟ ୧୫ ଜଣ ଓଡ଼ିଆ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରେ ୮ ଜଣ ପୁରୁଷ ଓ ୭ ଜଣ ମହିଳା ରହିଛନ୍ତି। ସୂଚନା ଅନୁଯାୟୀ, ଉଦ୍ଧାର ହୋଇଥିବା ଶ୍ରମିକଙ୍କ ଘର ବଲାଙ୍ଗୀର ବୋଲି ଜଣାପଡ଼ିଛି। ତେଲେଙ୍ଗାନାର ଇଟାଭାଟିରେ ମାଲିକ ଏମାନଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହେବା ପରେ ଇଣ୍ଟରନେସନାଲ ହ୍ୟୁମାନ ରାଇଟ କମିଶନ ଚଢଉ କରି ଶ୍ରମିକଙ୍କୁ ଉଦ୍ଧାର କରି ଓଡ଼ିଶା ପଠାଇଥିଲା।

Leave A Reply