ଯୁବକଙ୍କୁ ହତ୍ୟା ଅଭିଯୋଗ

ଟିଟିଲାଗଡ଼ : ସଇଁତଳା ଥାନା ଅନ୍ତର୍ଗତ ଧରପଗଡ଼ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକଙ୍କ ଘରେ ପଶି ଦୁର୍ବୃତ୍ତ ଲୁଟ କରିବା ପରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ତଣ୍ଟି କାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ ସତ୍ୟନାରାୟଣ ପୁରୋହିତ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି। ସଇଁତଳା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁଯାୟୀ, ସତ୍ୟନାରାୟଣ ନିଜ ଦୋକାନରେ ଶୋଇଥିବା ବେଳେ ଦୁର୍ବୃତ୍ତମାନେ ସ୍କାଇଲାଇଟ ଭାଙ୍ଗି ଭିତରେ ପଶିଥିଲେ।

Comments are closed.