ବିଦ୍ୟୁତ ଆଘାତରେ ୩ ମୃତ

କଟକ : କଟକ ସାଲେପୁର ଥାନା ଅନ୍ତର୍ଗତ ବେତେଇ ଅଞ୍ଚଳରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ ଆଘାତରେ ଶାଶୁ ଓ ୨ ବୋହୂଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଘରେ ଲୁଗା ଶୁଖାଉଥିବା ସମୟରେ ଜଣେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ସେହି ସମୟରେ ପରସ୍ପରକୁ ବଞ୍ଚାଇବାକୁ ଯାଇ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Comments are closed.