ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ରାଉରକେଲା : ରାଉରକେଲା ସହରର ମଙ୍ଗଳଭବନ ନିକଟରେ ଥିବା ରବିବାର ବିଳମ୍ବିତ ରାତିରେ ଏକ କପଡ଼ା ଦୋକାନରେ ଭୟାବହ ଅଗ୍ନିକାଣ୍ଡ ହୋଇଛି। ଏହି ଅଗ୍ନିକାଣ୍ଡରେ ଦୋକାନର ପ୍ରାୟ ୭ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି। ଖବର ପାଇ ଦମକଳ ଗାଡ଼ି ଆସି ନିଆଁକୁ ଆୟତ୍ତ କରିଥିଲା। ମିଳିଥିବା ସୂଚନା ଅନୁଯାୟୀ, ଦୋକନରେ ନିଆଁ ଦେଖି ସ୍ଥାନୀୟଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଦମକଳ ଗାଡ଼ି ଆସି ନିଆଁକୁ ଆୟତ୍ତ କରିଥିଲେ। ମାତ୍ର ନିଆଁର ପ୍ରକୋପ ଅତ୍ୟଧିକ ଥିବାରୁ ଦୋକାନରେ ପ୍ରାୟ ୭ ଲକ୍ଷ ଟଙ୍କାର କପଡ଼ା ପୋଡ଼ି ଯାଇଥିଲା। ସଟ୍‍ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଅଗ୍ନିଶମ ବିଭାଗ ଘଟଣାର ତଦନ୍ତ ଜାରି ରଖିଛି।

Comments are closed.