୬ ବଜ୍ରକାପ୍ତା ବେପାରୀ ଗିରଫ ; ୨ ବାଇକ ଜବତ

ମୟୂରଭଞ୍ଜ : ମୟୂରଭଞ୍ଜର ଉଦଳା ଅଞ୍ଚଳରୁ ସୋମବାର ବନବିଭାଗ ଦ୍ୱାରା ୬ ଜଣ ବଜ୍ରକାପ୍ତା ବେପାରୀ ଗିରଫ ହେବା ସହ ୨ଟି ବାଇକ ଜବତ ହୋଇଛି। ବାଲିଛତ୍ରା ଓ ବୁନ୍ଦାଗଡ଼ି ଗାଁ ନିକଟରୁ ୩ଟି ବଜ୍ରକାପ୍ତା କାତି ମଧ୍ୟ ଜବତ ହୋଇଛି। ବଜ୍ରକାପ୍ତାର ୩ଟି କାତି ପାଇଁ ଗାଁରେ ୭ ଲକ୍ଷ ଟଙ୍କାର ଡ଼ିଲ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଉଦଳା ଅଞ୍ଚଳରେ  ବଜ୍ରକାପ୍ତା ଚୋରାଚାଲାଣ ନେଇ ଆଜି ବନବିଭାଗ କୌଣସି ସୂତ୍ରରୁ ଖବର ପାଇ ଚଢାଉ କରି ବଜ୍ରକାପ୍ତା ବେପାରୀଙ୍କୁ ଗିରଫ କରିଛି।

Comments are closed.