ସର୍ପାଘାତରେ ଜଣେ ଦୃଷ୍ଟିହୀନ ଗର୍ଭବତୀ ମହିଳାଙ୍କ ମୃତ୍ୟୁ

ଯାଜପୁର : ଯାଜପୁର ମଙ୍ଗଳପୁର ଥାନା ଚନ୍ଦକୁଡ଼ା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ସର୍ପାଘାତରେ ଜଣେ ଦୃଷ୍ଟିହୀନ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ମହିଳା ଜଣଙ୍କ ହେଲେ ଭାଗିରଥି ଦାସଙ୍କ ଝିଅ ମାନସୀ ଦାସ। ମିଳିଥିବା ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ମାନସୀ ଘରେ ଶୋଇଥିବା ବେଳେ ତାଙ୍କୁ ଏକ ସାପ କାମୁଡ଼ି ଦେଇଥିଲା। ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମାନସୀ ଜନ୍ମରୁ ଦୃଷ୍ଟିହୀନ ଥିଲେ। ସେ ଦଶରଥପୁର ଜୟନ୍ତରା ପଞ୍ଚାୟତର ଜୁନିନ୍ଦା ଗ୍ରାମର ରାଜ କିଶୋର ସାହୁଙ୍କୁ ବିବାହ କରିଥିଲେ। ସେ ଗର୍ଭବତୀ ଥିବାରୁ ତାଙ୍କ ବାପ ଘରେ ରହୁଥିଲେ।

Comments are closed.