କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ନୟାଗଡ଼ : ଗୁରୁବାର ନୟାଗଡ଼ର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବିନୟ ସୁବୁଦ୍ଧିଙ୍କ ଘର ଓ କାର୍ଯ୍ୟାଳୟରେ ଏହି ଚଢାଉ କରାଯାଇଛି। ନୟାଗଡ଼, ଭୁବନେଶ୍ୱର ଘର, କାର୍ଯ୍ୟାଳୟ ସମେତ ୮ଟି ସ୍ଥାନରେ ଚଢାଉ କରାଯାଇଥିବା ଜଣାପଡ଼ିଛି। ତାଙ୍କ ଘରୁ ବହୁ ଜରୁରୀ କାଗପତ୍ର, ଦସ୍ତାବିଜ ମିଳିଥିବା ବେଳେ ବର୍ତ୍ତମାନ ମଧ୍ୟ ଚଢାଉ ଜାରି ରହିଥିବା ସୂଚନା ମିଳିଛି।

Comments are closed.