ଟିକ୍‌ଟକ୍‌ ନିଶାରେ ଯୁବକ; ଛାତରୁ ପଡି ଗୁରୁତର

ରାଉରକେଲା: ରାଉରକେଲାର ଗୋଳଘର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ଟିକ୍‌ଟକ୍‌ ଭିଡିଓ କରିବା ସମୟରେ ଛାତରୁ ଖସି ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ ରାଉରକେଲା ସରକାରୀ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ମାତ୍ର ତାଙ୍କ ଅବସ୍ଥା ଗୁରୁତର ହେବାରୁ ସେଠାରୁ ଆଇଜିଏଚ୍‍ କୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ରାଉରକେଲା ସେକ୍ଟର ୬ରେ ଥିବା ଏକ ପରିତ୍ୟକ୍ତ କ୍ୱାର୍ଟରର ଦୁଇ ତାଲା ଛାତ ଉପରେ ଉକ୍ତ ଯୁବକ ଜଣଙ୍କ ଅନ୍ୟ ଜଣେ ସାଙ୍ଗଙ୍କ ଟିକ୍‌ଟକ୍‌ ଭିଡ଼ିଓ ଉତ୍ତୋଳନ କରୁଥିଲେ। ତେବେ ଅସାବଧାନତା ବଶତଃ ସେ ଛାତରୁ ଖସି ପଡ଼ିଥିଲେ।

 

 

Comments are closed.