ବିମାନବନ୍ଦରରୁ ବିଦେଶୀ ସିଗାରେଟ ଜବତ

ଭୁବନେଶ୍ୱର : ଭୁବନେଶ୍ୱର ବିମାନବନ୍ଦରରୁ ମଙ୍ଗଳବାର ୪୦୦ ପ୍ୟାକେଟ ଚୋରା ବିଦେଶୀ ସିଗାରେଟ ଜବତ ହୋଇଛି। ରାଜସ୍ୱ ଗୁଇନ୍ଦା ବିଭାଗ ଦ୍ୱାରା ୨ ବ୍ୟବସାୟୀଙ୍କ ଠାରୁ ଏହି ଚୋରା ସିଗାରେଟ ଜବତ କରାଯାଇଛି। ସିଗାରେଟ ଜବତ ହୋଇଥିବା ୨ ବ୍ୟବସାୟୀଙ୍କ ଘର କଲକାତାରେ ବୋଲି ଜଣାପଡ଼ିଛି। ଜବତ ସିଗାରେଟର ଆନୁମାନିକ ମୂଲ୍ୟ ପ୍ରାୟ ୧୨ ଲକ୍ଷ ଟଙ୍କା ହେବ। ୨ ବ୍ୟବସାୟୀଙ୍କୁ ଅଟକ ରଖି ଅଧିକ ପଚରାଉଚରା ଜାରି ରହିଥିବା ସୂଚନା ମିଳିଛି।

Comments are closed.