ଦୁର୍ଘଟଣାଗ୍ରସ୍ତ ବାପା, ଝିଅଙ୍କ ପାଇଁ ଦେବଦୂତ ସାଜି ଜୀବନ ବଞ୍ଚାଇଲେ ବାଲେଶ୍ୱର ଏସପି

ବାଲେଶ୍ୱ/ସୋର: ଦୁର୍ଘଟଣାଗ୍ରସ୍ତ ବାପା ଓ ଝିଅଙ୍କ ପାଇଁ ଦେବଦୂତ ସାଜିଲେ ବାଲେଶ୍ୱର ଏସପି ବି ଯୁଗଳ କିଶୋର। ବାଲେଶ୍ୱର ଜିଲା ସୋର ଥାନା ତୁଡ଼ିଗଡ଼ିଆ ଅଚ୍ୟୁତପୁର ଗ୍ରାମର କୈଳାଶ ଚନ୍ଦ୍ର ସାହୁ ତାଙ୍କ ଝିଅକୁ କଲେଜରେ ଆଡ଼ମିଶନ କରିବା ପାଇଁ ଯାଉଥିଲେ। ସେହି ସମୟରେ ଜାତୀୟରାଜପଥ ବେଗୁନିଆ ଠାରେ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା। ଉଭୟ ବାପ ଓ ଝିଅ ରାସ୍ତାରେ ଆହତ ଅବସ୍ଥାରେ ପଡିଥିଲେ। ସେହି ରାସ୍ତା ଦେଇ ଏସପି ବି ଯୁଗଳ କିଶୋର ଔପଦାରେ ଏକ ଜନ ଶୁଣାଣୀ ଶିବିରରେ ଯୋଗ ଦେବାକୁ ଯାଉଥିଲେ। ରାସ୍ତାରେ ବାପ ଓ ଝିଅ ଆହତ ଅବସ୍ଥାରେ ପଡିଥିବା ଏସପି ବି ଯୁଗଳ କିଶୋର ସେମାନଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ସୋର ଡ଼ାକ୍ତରଖାନା ଆଣି ସେମାନଙ୍କ ଜୀବନ ବଞ୍ଚାଇଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟି ଥିବା ବେଳେ ବିଭିନ୍ନ ମହଲରେ ଏସପିଙ୍କ ଭୂରି ଭୂରି ପ୍ରଶଂସା କରାଯାଉଛି।

Comments are closed.