ବାରହା ଆକ୍ରମଣରେ ୨ ଆହତ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକର କନକତୋରା ପଞ୍ଚାୟତ ଅନ୍ତର୍ଗତ ଲୁହାବଗା ଗାଁରେ ଗୁରୁବାର ଭୋର ସମୟରେ ବାରହା ଆକ୍ରମଣରେ ୨ଜଣ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଶୌଚ ପାଇଁ ଯାଇଥିବା ସମୟରେ ଦୁଇ ଜଣ ବ୍ୟକ୍ତି ବାରହା ଆକ୍ରମଣର ଶିକାର ହୋଇଥିଲେ। ଆହତ ଅବସ୍ଥାରେ ଗ୍ରାମବାସୀ ସେ ଦୁଇ ଜଣଙ୍କୁ ଉଦ୍ଧାର କରି ନିକଟ ଡ଼ାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

Comments are closed.