ଓଡ଼ିଶା ଗସ୍ତରେ ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ

ଭୁବନେଶ୍ୱର : ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ରବିବାର ଓଡ଼ିଶା ଗସ୍ତରେ ଆସିଛନ୍ତି। ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଭାବେ ଦାୟିତ୍ୱ ନେବା ପରେ ଏହା ବିଶ୍ୱଭୂଷଣଙ୍କ ପ୍ରଥମ ଓଡ଼ିଶା ଗସ୍ତ। ଦୁଇ ରାଜ୍ୟରେ ପୋଲାଭରମ ପ୍ରକଳ୍ପକୁ ନେଇ ଚାଲିଥିବା ବିବାଦ ସମାଧାନ ପାଇଁ ଉଦ୍ୟମ କରିବେ ବୋଲି ସେ ଏହି ଅବସରରେ କହିଛନ୍ତି। ଏହାସହ ଦୁଇ ରାଜ୍ୟ ମଧ୍ୟରେ ପୋଲାଭରମ ପ୍ରକଳ୍ପକୁ ନେଇ ଚାଲିଥିବା ବିବାଦର ସମାଧନ ସେ ପ୍ରଶ୍ନର ଉତ୍ତର ରଖିଛନ୍ତି। ସାମ୍ବିଧାନିକ ବିଧି ବ୍ୟବସ୍ଥା ଭିତରେ ରହି ବିବାଦର ସମାଧାନ ପାଇଁ ଉଦ୍ୟମ କରିବେ ବୋଲି ସେ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ସ୍ୱାଗତ କରାଯାଇଛି। ଏହାପରେ ସେ ପ୍ରଥମେ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିଥିଲେ।

Comments are closed.