ସିବିଏସଇର ଦଶମ ଓ ଦ୍ୱାଦଶ ପରୀକ୍ଷା ଫି’ ବୃଦ୍ଧିକୁ ଓଡ଼ିଶା ଅଭିଭାବକ ମହାସଂଘର ବିରୋଧ

ଭୁବନେଶ୍ୱର : ସିବିଏସଇର ଦଶମ ଓ ଦ୍ୱାଦଶ ପରୀକ୍ଷା ଫି’ ବୃଦ୍ଧି ପରେ ଏହାକୁ ସୋମବାର ଓଡ଼ିଶା ଅଭିଭାବକ ମହାସଂଘ ବିରୋଧ କରିଛି। ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପକୁ ଅଭିଭାବକ ମହାସଂଘ ଲୋଡ଼ଥିବା ଜଣାପଡ଼ିଛି। ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କୁ ଚିଠି ଲେଖିବାକୁ ମହାସଂଘ ଅନୁରୋଧ କରିଥିବା ସୂଚନା ମିଳିଛି। ଏହାସହ ସିବିଏସଇ ପରୀକ୍ଷା ଫି’ ବୃଦ୍ଧି ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ମଧ୍ୟ ସଂଘ ଦାବି କରିଛି।
ସୂଚନା ଅନୁଯାୟୀ, ଓଡ଼ିଶା ଅଭିଭାବକ ମହାସଂଘ ଫି’ ବୃଦ୍ଧିକୁ ନେଇ ଅସନ୍ତୋଷ ପ୍ରକାଶ କରିଛି। ବହୁ ମଧ୍ୟବିତ୍ତ ଶ୍ରେଣୀର ଲୋକେ ନିଜ ପିଲାଙ୍କୁ ପଢାଉଥିବା ବେଳେ ବାରମ୍ବାର ଫି’ ବୃଦ୍ଧି କାରଣରୁ ସେମାନଙ୍କୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।

Comments are closed.