ସରିଲା ବାହାଘର, ଶାଶୁଘର ନୁହେଁ ମଶାଣିକୁ ଗଲା ନବବଧୂ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲା ବିନିକା ଥାନା ଅନ୍ତର୍ଗତ ଜୁଲୁଣ୍ଡା ଗାଁରେ ଶୁକ୍ରବାର ଘଟିଛି ଏକ ହୃଦୟ ବିଦାରକ ଘଟଣା। ଶାଶୁଘରକୁ ବିଦା ହେବା ବେଳେ କାନ୍ଦି କାନ୍ଦି ଚାଲିଯାଇଛି ନବବଧୂର ଜୀବନ। କନ୍ୟାର ଅକାଳ ବିୟୋଗରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ସୂଚନା ଅନୁସାରେ, ଜୁଲୁଣ୍ଡା ଗାଁର ରୋଜି ସାହୁ(୨୩)ଙ୍କର ବଲାଙ୍ଗୀର ଜିଲା ଲୋଇସିଙ୍ଗା ଥାନା ଅନ୍ତର୍ଗତ ତେନ୍ତୁଳିଖୋଲ ଗ୍ରାମର ବିଶିକେସନ ସାହୁଙ୍କ ସହ ରୀତି ନୀତି ଅନୁଯାୟୀ ଗତ ରାତିରେ ଧୁମଧାମରେ ବିବାହ ସମ୍ପନ୍ନ ହୋଇଥିଲା। ଆଜି ସକାଳେ ଝିଅ ବିଦା ସମୟରେ ରୋଜି କାନ୍ଦି କାନ୍ଦି ହଠାତ୍ ତଳେ ପଡ଼ି ଯାଇଥିଲେ। ଏହାପରେ ତୁରନ୍ତ ତାଙ୍କୁ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ହୃଦଘାତରୁ ନବବଧୂର ମୃତ୍ୟୁ ଘଟିଥିବା ଡାକ୍ତର କହିଛନ୍ତି।

 

Comments are closed.