ପଶ୍ଚିମବଙ୍ଗର ନବ ନିର୍ବାଚିତ ୩୫ ପଞ୍ଚାୟତ ପ୍ରତିନିଧି ଝାଡ଼ଖଣ୍ଡରେ ଆଶ୍ରିତ

0

ବୋକାରୋ: ପଶ୍ଚିମବଙ୍ଗର ମାଲଦା ଜିଲାର ୩୫ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ପୁଲିସ ଓ ଟିଏମସି କର୍ମୀଙ୍କ ଭୟରେ ଝାଡ଼ଖଣ୍ଡରେ ଆତ୍ମଗୋପନ କରିଛନ୍ତି। ନବ ନିର୍ବାଚନିତ ଏହି ପ୍ରତିନିଧି ବିଜେପି ସମର୍ଥନରେ ନିର୍ବାଚନ ଲଢିଥିଲେ। ଏବେ ପଶ୍ଚିମବଙ୍ଗରେ ବ୍ଲକ ପ୍ରମୁଖ ଓ ଜିଲା ପରିଷଦ ଅଧ୍ୟକ୍ଷ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଫଳରେ ନବ ନିର୍ବାଚିତ ଏହି ପ୍ରତିନିଧିଙ୍କ ଉପରେ ସ୍ଥାନୀୟ ପୁଲିସ ଓ ଟିଏମସି କର୍ମୀମାନେ ତୃଣମୂଳରେ ଯୋଗ ଦେବାକୁ ଧମକ ଦେଉଥିବା ସେମାନେ ଅଭିଯୋଗ କରିଛନ୍ତି। ୩୫ ପଞ୍ଚାୟତ ପ୍ରତିନିଧିଙ୍କ ସମେତ ମୋଟ୍‍ ୫୪ଜଣ ବୋକାରୋ ସେକ୍ଟର ୮ରେ ଥିବା ସରସ୍ୱତୀ ଶିଶୁ ମନ୍ଦିରରେ ଆତ୍ମଗୋପନ କରିଛନ୍ତି। ସେମାନଙ୍କ ମଧ୍ୟରେ ବ୍ୟାପକ ସଂଖ୍ୟକ ମହିଳା ଓ ଶିଶୁ ମଧ୍ୟ ରହିଛନ୍ତି। ମାଲଦା ଜିଲାରେ ମୋଟ୍‍ ୧୦୨ଟି ଆସନ ମଧ୍ୟରୁ ୪୪ଟି ଆସନରେ ବିଜେପି ବିଜୟୀ ହୋଇଛି। ନିର୍ବାଚନ ପୂର୍ବରୁ ଟିମସି କର୍ମୀଙ୍କ ଦ୍ୱାରା ସେମାନଙ୍କୁ ନାମାଙ୍କନ ଦାଖଲ କରିବାକୁ ଦିଆଯାଇ ନଥିଲା।ଏପରିକି ମିଥ୍ୟା ମାମଲାରେ ଛନ୍ଦି ସେମାନଙ୍କୁ ଜେଲରେ ବନ୍ଦୀ କରିବାର ଧମକ ମଧ୍ୟ ସ୍ଥାନୀୟ ପୁଲିସ ଦ୍ୱାରା ଦିଆଯାଇ ଥିଲା। ଅଗଷ୍ଟ ପ୍ରଥମ ସପ୍ତାହରେ ସେଠାରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ଆତ୍ମଗୋପନ କରିବା ସୁରକ୍ଷିତ ମଣୁଛନ୍ତି।

Leave A Reply