ହାତୀ ଉପରୁ ଖସି ପଡ଼ିଲେ ନେତା

0

ନୂଆଦିଲ୍ଲୀ: ଆସାମ ବିଧାନସଭା ନବ ନିର୍ବାଚିତ ଡେପୁଟି ସ୍ପିକର କୃପାନାଥ ମଲ୍ଲାହ ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ୬ଅକ୍ଟୋବର ଦିନ ବିଧାୟକ କୃପାନାଥ ତାଙ୍କ ନିର୍ବାଚନ କ୍ଷେତ୍ର ଆସାମର କରିମଗଞ୍ଜ ଗସ୍ତ କରିଥିଲେ। କୃପାନଥଙ୍କ ସ୍ୱାଗତରେ ତାଙ୍କ ସମର୍ଥକ ଏକ ହାତୀରେ ନେତାଙ୍କୁ ବସାଇ ତାଙ୍କୁ ସହର ପରିକ୍ରମା କରିବାର କାର୍ଯ୍ୟକ୍ରମ ରଖିଥିଲେ। ସମର୍ଥକଙ୍କ ଗହଳିରେ ହାତୀ ଉପରେ ବସି କୃପାନାଥ କିଛି ବାଟ ଆଗେଇବା ପରେ ହଠାତ୍‍ ହାତୀ ବିଚଳିତ ହୋଇ ପଡ଼ିଥିଲା। ସମର୍ଥକଙ୍କ ଭିଡ଼ ଓ ଶବ୍ଦରେ ବ୍ୟତିବ୍ୟସ୍ତ ହୋଇ ହାତୀ ଜୋରରେ ହଲିବାକୁ ଲାଗିଲା। ଫଳରେ ହାତୀ ଉପରେ ବସିଥିବା ନେତା ଓ ମାହୁନ୍ତ ଉଭୟେ ହାତୀ ଉପରୁ ତଳେ ପଡ଼ି ଯାଇଥିଲେ। ତେବେ ଏହି ଦୁର୍ଘଟଣାରେ କାହାରି କୌଣସି କ୍ଷୟକ୍ଷତି ହୋଇ ନଥିଲା।

Leave A Reply