ସିଂଘୁ ସୀମାରେ କୃଷକ- ସ୍ଥାନୀୟ ଲୋକେ ମୁହାଁମୁହିଁ, ପରିସ୍ଥିତି ବିଗିଡିବାରୁ ପୁଲିସର ଲାଠି ଚାର୍ଜ

ନୂଆଦିଲ୍ଲୀ: ଦିଲ୍ଲୀର ସୀମାରେ କୃଷି ଆଇନ ବିରୋଧରେ ପ୍ରଦର୍ଶନ ଜାରି ରହିଛି। ସିଙ୍ଘୁ ସୀମାରେ କୃଷକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ କୃଷକ ଓ ସ୍ଥାନୀୟ ଲୋକଙ୍କ ଉପରେ ଲାଠିଚାର୍ଜ କରିଥିବା ଜଣା ପଡ଼ିଛି। ସ୍ଥାନୀୟ ଲୋକେ କୃଷକଙ୍କୁ ଆନ୍ଦୋଳନରୁ ଓହରିବା ପାଇଁ ପ୍ରଦର୍ଶନ କରୁଥିବା ବେଳେ ଏହି ପରିସ୍ଥିତି ଉପୁଜିଥିଲା। ଉଭୟ ପରସ୍ପର ଉପରକୁ ପଥର ମାଡ କରିଥିବା ସୂଚନା।

ପରିସ୍ଥିତି ବିଗିଡି ବାରୁ ପୁଲିସ ଉଭୟ ସ୍ଥାନୀୟ ଲୋକ ଓ କୃଷକଙ୍କ ଉପରେ ଲାଠିଚାର୍ଜ କରିଥିଲା । ପରିସ୍ଥିତି ଉତ୍ତେଜନାମୂଳକ ରହିଥିବାରୁ ଉକ୍ତ ଅଞ୍ଚଳରେ ସୁରକ୍ଷାକର୍ମୀ ନିୟୋଜିତ ଅଛନ୍ତି ।

Comments are closed.