ପିଟର ଏଲବର୍ସ ଇଣ୍ଡିଗୋର ନୂଆ ସିଇଓ

ନୂଆଦିଲ୍ଲୀ: ବେସରକାରୀ ବିମାନ ଚଳାଚଳ ସଂସ୍ଥା ଇଣ୍ଡିଗୋ ତାହାର ନୂଆ ସିଇଓ ଭାବରେ ପିଟର ଏଲବର୍ସଙ୍କୁ ନିଯୁକ୍ତି ଦେଇଛି। ପିଟର ୨୦୧୪ରୁ କେଏଲ୍‍ଏମ ରୟାଲ ଡଚ୍‍ ଏୟାରଲାଇନ୍ସର ପ୍ରେସିଡେଣ୍ଟ ଏବଂ ସିଇଓ ଭାବରେ କାର୍ଯ୍ୟ କରିଆସୁଛନ୍ତି। ବୁଧବାର ଇଣ୍ଡିଗୋ ପିଟରଙ୍କ ନାମ ଏହାର ନୂଆ ସିଇଓ ଭାବରେ ଘୋଷଣା କରିବା ସହିତ ବୈଧାନିକ ଅନୁମୋଦନ ପରେ ସେ ଅକ୍ଟୋବର ୧ ତାରିଖରୁ ଏହି ନୂତନ ଦାୟିତ୍ୱ ଗ୍ରହଣ କରିବେ ବୋଲି କହିଛି। ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ଟାଟା ସନ୍ସ ମାଲିକାନାରେ ଥିବା ଏୟାର ଇଣ୍ଡିଆ ମଧ୍ୟ ତାହାର ନୂଆ ସିଇଓ ଏବଂ ଏମ୍‍ଡି ନିଯୁକ୍ତି ସମ୍ପର୍କରେ ଘୋଷଣା କରିସାରିଛି।

Comments are closed.