ଦୁଇ କିସ୍ତିରେ ରାଜ୍ୟଙ୍କୁ ମିଳିବ ଜିଏସ୍‌ଟି କ୍ଷତିପୂରଣ

ନୂଆଦିଲ୍ଲୀ : ସାଧାରଣ ବଜେଟ ସରିବାର ଦୁଇ ଦିନରେ କେନ୍ଦ୍ର ସରକାର ରାଜ୍ୟଗୁଡିକ ଲାଗି ଦ୍ରବ୍ୟ ଏବଂ ସେବା ଟିକସ (ଜିଏସ୍‌ଟି) କ୍ଷତିପୂରଣ ପ୍ରଦାନ ସମ୍ପର୍କରେ ଘୋଷଣା କରିଛନ୍ତି। ଏହି ଅନୁଯାୟୀ, ରାଜ୍ୟଗୁଡିକୁ ସରକାର ଦୁଇଟି କିସ୍ତିରେ ଜିଏସ୍‌ଟି ବାବଦ କ୍ଷତିପୂରଣ ରାଶି ପ୍ରଦାନ କରିବା କଥା କହିଛନ୍ତି।  କେନ୍ଦ୍ର ଅର୍ଥ ଏବଂ କମ୍ପାନୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି।

ସୋମବାର ​‌​ଲୋକସଭାରେ ପ୍ରଶ୍ନକାଳର ଓଡ଼ିଶା ଏବଂ ତେଲେଙ୍ଗାନାର ସାଂସଦମାନେ ସେମାନଙ୍କର ରାଜ୍ୟଗୁଡିକ ଜିଏସ୍‌ଟି ଏବଂ ଆଇଜିଏସ୍‌ଟି (ସମନ୍ବିତ ଜିଏସ୍‌ଟି)ର ଅଂଶ ପାଉ ନ ଥିବା ନେଇ ହୋ ହଲ୍ଲା କରିଥିଲେ। ତେବେ ରାଜ୍ୟଗୁଡିକୁ ସେମାନଙ୍କର ଜିଏସ୍‌ଟି କ୍ଷତିପୂରଣ ବାବଦ ଅର୍ଥ ଦୁଇଟି ପର୍ଯ୍ୟାୟରେ ମିଳିବ ​ବୋଲି ଶ୍ରୀ ଠାକୁର କହିଥିଲେ।

Comments
Loading...