ଦିଲ୍ଲୀରୁ ଆଇଏସ୍‌ଆଇଏସ୍‌ ଆତଙ୍କବାଦୀ ଗିରଫ

ନୂଆଦିଲ୍ଳୀ: ରାଜଧାନୀ ଦିଲ୍ଳୀଠାରେ ହୋଇଥିବା ଗୁଳି ବିନିମୟରେ ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀ ପୁଲିସ୍‌ ଆଇଏସ୍‌ଆଇଏସ୍‌ର ଏକ ଆତଙ୍କବାଦୀକୁ ଗିରଫ କରିବା ସହ ସଂପୃକ୍ତ ଅଞ୍ଚଳରୁ ଆଇଡି ବିସ୍ଫୋରକ ଏବଂ କିଛି ଅସ୍ତ୍ରଶସ୍ତ୍ର ଜବତ କରିଛି। ଗିରଫ ଆତଙ୍କବାଦୀ ଜଣକ ଆବୁ ୟୁସୁଫ୍ ବୋଲି  ଜଣାପଡ଼ିଛି। ଆବୁ ୟୁସୁଫ୍ ଦିଲ୍ଲୀର କିଛି ସହଯୋଗୀଙ୍କ ସହ କାମ କରୁଥିଲା ପୁଲିସ‌ ଆବୁକୁ ଗିରଫ କରିବା ପରେ ତା’ ଘରେ ଚଢ଼ାଉ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ଆଇଏସ୍‌ଆଇଏସ୍‌ର କିଛି ଆତଙ୍କବାଦୀ ରାଜଧାନୀ ଦିଲ୍ଲୀରେ କିଛି ବିଶିଷ୍ଟ ବ୍ୟକ୍ତିଙ୍କୁ ଟାର୍ଗେଟ କରି ଲୁଚି ରହିଥିଲେ ବୋଲି ଦିଲ୍ଲୀ ପୁଲିସ୍‌ ସୂଚନା ଦେଇଛି। ଦିଲ୍ଲୀର ଡେପୁଟି କମିସନର ପ୍ରମୋଦ ସିଂ କୁସୱାହା ଏ ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ, ‘ଧୌଲାକୁଆଁଠାରେ ଆମର ସ୍ବତନ୍ତ୍ର ସେଲ୍‌ ଦ୍ବାରା ହୋଇଥିବା ଗୁଳି ବିନିମୟରେ ଆଇଏସ୍‌ଆଇଏସ୍‌ର ଜଣେ ଆତଙ୍କବାଦୀ ଗିରଫ ହୋଇଥିବା ବେଳେ କିଛି ଇମ୍ପ୍ରୁଭାଇଜ୍‌ଡ ଏକ୍ସପ୍ଲୋସିଭ୍‌ ଡିଭାଇସ୍‌(ଆଇଇଡି) ଜବତ କରାଯାଇଛି।’

Comments are closed.