କରୋନାରେ ଇସ୍କନ ଶୀର୍ଷ ପରିଚାଳନା କମିଟି ମୁଖ୍ୟ ଭକ୍ତିଚାରୁ ମହାରାଜଙ୍କ ପରଲୋକ

ନୂଆଦିଲ୍ଲୀ : ଇସ୍କନର ସର୍ବୋଚ୍ଚ ପରିଚାଳନା କମିଟିର ମୁଖ୍ୟ ସ୍ବାମୀ ଭକ୍ତିଚାରୁ ମହାରାଜ କରୋନାରେ ପୀଡ଼ିତ ହୋଇ ପରଲୋକଗମନ କରିଛନ୍ତି ।  ଶନିବାର ଆମେରିକାର ଫ୍ଲୋରିଡାସ୍ଥିତ ଏକ ଡ଼ାକ୍ତରଖାନାରେ ଶେଷ ନିଶ୍ଵାସ ତ୍ୟାଗ କରିଥିବା ସୂଚନା ମିଳିଛି ।  ଗତ କିଛି ଦିନ ହେବ ସେ ଭେଣ୍ଟିଲେଟରରେ ଥିଲେ। ସ୍ବାମୀ ଭକ୍ତିଚାରୁ ମହାରାଜ ଅଧିକାଂଶ ସମୟ ମଧ୍ୟପ୍ରଦେଶର ଉଜୈନ ଇସ୍କନ ମନ୍ଦିରରେ ଅଧିକ ବିତାଉଥିଲେ। ଜୁନ୍ ୩ରେ, ସେ  ଉଜୈନରୁ ଆମେରିକା ଯାଇଥିଲେ ଏବଂ ଜୁନ୍ ୧୮ରେ ତାଙ୍କର କରୋନା ରିପୋର୍ଟ ପଜିଟିଭ ଆସିଥିଲା ।  ସେ ଦୁଇଥର ଇସ୍କନ ପରିଚାଳନା କମିଶନ ଅଧ୍ୟକ୍ଷ ମଧ୍ୟ ଥିଲେ ।

ଭକ୍ତିଚାରୁ ମହାରାଜ ଭକ୍ତିବେଦାନ୍ତ ସ୍ବାମୀ ପ୍ରଭୁପାଦଙ୍କର ପ୍ରିୟ ଶିଷ୍ୟ ଥିଲେ।  ସେ ମଧ୍ୟ ଶ୍ରୀଲ ପ୍ରଭୁପାଦଙ୍କ ସେବା କରିବାର ସୁଯୋଗ ପାଇଥିଲେ। ସେ ଏକ ଟିଭି ସିରିଏଲ ସିରିଏଲ ‘ଅକ୍ଷୟ ଚରଣ’ ମଧ୍ୟ ପ୍ରସ୍ତୁତ କରିଥିଲେ।

Comments are closed.