କେଉଁ ଜୋନରେ କିଭଳି କାର୍ଯ୍ୟ କରିବ କ୍ୟାଟ

ସମାଜ ପୋର୍ଟାଲ ଡେସ୍କ: କେନ୍ଦ୍ରୀୟ ପ୍ରଶାସନିକ ନ୍ୟାୟାଧିକରଣ (କ୍ୟାଟ) ନୂଆଦିଲ୍ଲୀର ଅଧ୍ୟକ୍ଷଙ୍କ ନିର୍ଦ୍ଦେଶକ୍ରମେ ଜାରି ହୋଇଥିବା ବିଜ୍ଞପ୍ତି ଓ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଲକଡାଉନ ଘୋଷଣା ଅନୁସାରେ କ୍ୟାଟର ପ୍ରମୁଖ ବେଞ୍ଚ ତଥା ଦେଶର ଅନ୍ୟାନ୍ୟ ସ୍ଥାନରେ ଥିବା ବେଞ୍ଚ ସମୂହର କାର୍ୟ୍ୟ ୨୦୨୦ ମାର୍ଚ୍ଚ ୨୪ରୁ ବନ୍ଦ ରଖାଯାଇଥିଲା। ୨୦୨୦ ଏପ୍ରିଲ ୧୪ରେ ଜାରି ପରବର୍ତ୍ତୀ ନିର୍ଦ୍ଦେଶ ଅନୁସାରେ ବେଞ୍ଚ ଗୁଡିକର କାମକୁ ଚଳିତ ମାସ ୩ ତାରିଖ ପର୍ୟ୍ୟନ୍ତ ବନ୍ଦ ରଖାଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ମେ ୧ରେ ଜାରି ପରିବର୍ଦ୍ଧିତ ନିର୍ଦ୍ଦେଶରେ କରୋନା ମହାମାରୀର ସଂକ୍ରମଣର ପ୍ରକୋପକୁ ବିଚାରକୁ ନିଆଯାଇ ଦେଶର ବିଭିନ୍ନ ଜିଲ୍ଲାକୁ ରେଡ, ଅରେଞ୍ଜ ଓ ଗ୍ରୀନ ଜୋନରେ ବିଭକ୍ତ କରାଯାଇଛି। ଏହି ସବୁ ଅଞ୍ଚଳ ସ୍ଥିତିକୁ ଦେଖି ଲକଡାଉନରେ କୋହଳ କରାଯିବା ସହିତ ବିଭିନ୍ନ ପ୍ରକାର କାର୍ୟ୍ୟ ଆରମ୍ଭ କରିବାକୁ ଅନୁମତି ଦିଆଯାଇଛି। ଏସବୁ ବିଚାରକୁ ନେଇ ବିଭିନ୍ନ ଅଞ୍ଚଳରେ କେନ୍ଦ୍ରୀୟ ପ୍ରଶାସନିକ ନ୍ୟାୟାଧିକରଣର କାର୍ୟ୍ୟ ପୁନର୍ବାର ଆରମ୍ଭ କରିବା ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି। କେଉଁ ଜୋନରେ ଥିବା କ୍ୟାଟ ବେଞ୍ଚ କିପରି କାର୍ୟ୍ୟ କରିବ ତାହା ସମ୍ପର୍କରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଗ୍ରୀନ ଜୋନରେ ଥିବା କ୍ୟାଟର ବେଞ୍ଚ/କୋର୍ଟଗୁଡିକ ସ୍ୱାଭାବିକ ଭାବେ କାର୍ୟ୍ୟ କରିବ ଏବଂ ସେଠାରେ କେନ୍ଦ୍ର ଗୃହମନ୍ତ୍ରଣାଳୟ ଦ୍ୱାରା ଜାରି ନିର୍ଦ୍ଦେଶ ମୁତାବକ ସାମାଜିକ ଦୂରତ୍ୱ ରକ୍ଷା, ବିଶୋଧନ ଓ ପରିଚ୍ଛନ୍ନତାକୁ କଡାକଡି ପାଳନ କରାଯିବ। ଏସବୁ ବେଞ୍ଚ/କୋର୍ଟରେ କେହି କାହାରି ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିବେ ନାହିଁ। ସଂପୃକ୍ତ ଅଞ୍ଚଳର ହାଇକୋର୍ଟରେ ଯେଉଁ ସୁରକ୍ଷା ଓ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଉଥିବ ତାହାକୁ ଯଥା ସମ୍ଭବ କ୍ୟାଟ ବେଞ୍ଚଗୁଡିକ ପାଳନ କରିବେ। ବାର ଆସୋସିଏସନର ସଭାପତିଙ୍କ ପରାମର୍ଶକ୍ରମେ ସଂପୃକ୍ତ ବେଞ୍ଚର ବିଭାଗୀୟ ମୁଖ୍ୟ ଏହି ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ନିଷ୍ପତ୍ତି ନେବେ। ବେଞ୍ଚର ସୁରକ୍ଷା ଓ ପରିଚ୍ଛନ୍ନତା, କର୍ମଚାରୀଙ୍କ ସୁବିଧା ଆଦି ସଂକ୍ରାନ୍ତ ତଥ୍ୟ ଓ ମତାମତ (ଫିଡବ୍ୟାକ) ବେଞ୍ଚର ରେଜିଷ୍ଟ୍ରାରଙ୍କଠାରୁ ସଂଗ୍ରହ କରାଯିବ। ଏ ସଂକ୍ରାନ୍ତରେ ନିଆଯାଇଥିବା ନିଷ୍ପତ୍ତିକୁ ପ୍ରମୁଖ ବେଞ୍ଚର ରେଜିଷ୍ଟ୍ରାରଙ୍କୁ ପଠାଯିବ।

ରେଡ ଜୋନ ବା ଲକଡାଉନ ଓ ଅରେଞ୍ଜ ଜୋନରେ ଥିବା ବେଞ୍ଚରେ କେବଳ ଜରୁରି ମାମଲାଗୁଡିକୁ ଇ-ମେଲରେ ରୁଜୁ କରିହେବ। ଏଥିପାଇଁ ସଂପୃକ୍ତ ବେଞ୍ଚର ରେଜିଷ୍ଟ୍ରାରଙ୍କ ସହ ପ୍ରଥମେ ଯୋଗାଯୋଗ କରିବାକୁ ପଡିବ। ସଂପୃକ୍ତ ରେଜିଷ୍ଟ୍ରାର ମାମଲା ସମ୍ପର୍କରେ ଅବଗତ ହେବାପରେ ସେ ସଂପୃକ୍ତ ଓକିଲ କିମ୍ବା ପକ୍ଷଙ୍କୁ ଇ-ମେଲ ଆଇଡି ଦେବେ। ରେଜିଷ୍ଟ୍ରାର ଯଦି ସନ୍ତୁଷ୍ଟ ହୁଅନ୍ତି ଯେ ଆବେଦନ ଠିକଠାକ ଅଛି ଏବଂ ଏହାର ଜରୁରି ବିଚାର ଆବଶ୍ୟକ, ତା ହେଲେ ସେକଥା ବେଞ୍ଚର ବିଭାଗୀୟ ମୁଖ୍ୟଙ୍କୁ ଅବଗତ କରାଇବେ। ମାମଲାର ବିଚାର ତୁରନ୍ତ ହେବ କି ନାହିଁ ତାହାର ଚୂଡାନ୍ତ ନିଷ୍ପତ୍ତି ବିଭାଗୀୟ ମୁଖ୍ୟ କରିବେ। ମାମଲା ଯଦି ବିଚାର ହେବାକୁ ଯୋଗ୍ୟ ବିବେଚିତ ହୁଏ, ତାହା ଉଓଝଉଙ ଡଋଈଋଢ ଅନଲାଇନ ଭିଡିଓ କନଫରେନ୍ସ ବ୍ୟବସ୍ଥାରେ କରାଯିବ।

Comments are closed.