ଦିଲ୍ଲୀରେ ସାମୁହିକ ବିବାହ ଯୋଗୁ ଟ୍ରାଫିକ୍ ସମସ୍ୟା

0

ନୂଆଦିଲ୍ଲୀ: ପଶ୍ଚିମ ଦିଲ୍ଲୀର ମାଦିପୁର ଅଞ୍ଚଳରେ ମଙ୍ଗଳବାର ୧୫୧ ଜଣ ବର ଘୋଡା ଚଢିଛନ୍ତି । ଏମାନଙ୍କ ବରଯାତ୍ରୀ ଦଳ ରାସ୍ତା ଉପରକୁ ଆସିବା ପରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଛି । ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ଏଭଳି ସମସ୍ୟା ଦେଖିବାକୁ ମିଳିଛି । ଆୟୋଜକଙ୍କ କହିବା ଅନୁଯାୟୀ, ସାମୁହିକ ବିବାହ କାର୍ଯ୍ୟକ୍ରମର ସୂଚନା ପୂର୍ବରୁ ପୁଲିସକୁ ଦିଆଯାଇ ଥିଲେ ମଧ୍ୟ ଏନେଇ ସୁରକ୍ଷା ବ୍ୟବସ୍ଥା କରାଯାଇନାହିଁ ।

ସୂଚନାଯୋଗ୍ୟ, ଅମୃତସରର ସନ୍ତ ନିରଙ୍କାରୀ ଭବନରେ ହୋଇଥିବା ଆକ୍ରମଣ ପରେ ଦିଲ୍ଲୀ ଏନସିଆରରେ ହାଇ ଆଲର୍ଟ ଜାରି କରାଯାଇଛି । ହେଲେ ମାଦିପୁରରେ ଏତେ ବଡ ବିବାହ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ପୁଲିସ ପକ୍ଷରୁ କୌଣସି ବ୍ୟବସ୍ଥା ହୋଇନାହିଁ । ହଜାର ହଜାର ବରଯାତ୍ରୀ ଏକା ସାଙ୍ଗରେ ରାସ୍ତା ଉପରକୁ ଆସିବ ଦ୍ବାରା ଘଣ୍ଟା ଘଣ୍ଟା ଧରି ସ୍ଥାନୀୟଲୋକଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡିଥିଲା।

ସୂଚନାଯୋଗ୍ୟ, ପଶ୍ଚିମ ଦିଲ୍ଲୀର ମାଦିପୁର ଅଞ୍ଚଳରେ ପ୍ରାୟ ୧୫ ବର୍ଷ ଧରି ସାମୁହିକ ବିବାହର ଆୟୋଜନ କରାଯାଉଛି । ପ୍ରତି ବର୍ଷ ଭଳି ଏବର୍ଷ ମଧ୍ୟ ସାମୁହିକ ବିବାହର ଆୟୋଜନ କରାଯାଇଛି । ଏଥିରେ ପ୍ରାୟ ୧୫୧ ଯୋଡିଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ । ଯୋଉଁମାନଙ୍କ ବିବାହ ଏଠାରେ ଅନୁଷ୍ଠିତ ହୋଇଛି ସେମାନେ ଭିନ୍ନଭିନ୍ନ ରାଜ୍ୟର ଗରିବ ପରିବାର ବୋଲି ଜଣାପଡିଛି ।

 

Leave A Reply