କରୋନା ଭୂତାଣୁ ବିଶୋଧନ ପାଇଁ ଡିଆରଡିଓର ୨ ନୂଆ ଉପକରଣ ପ୍ରସ୍ତୁତ

ନୂଆଦିଲ୍ଲୀ: ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଂସ୍ଥା (ଡିଆରଡିଓ) କରୋନା ଭୂତାଣୁ ବିଶୋଧନ ନିମନ୍ତେ ୨ଟି ନୂତନ ଯନ୍ତ୍ରାଂଶ ଉଦ୍ଭାବନ କରିଛି। ପ୍ରଥମଟି ସାନିଟାଇଜର ଓ ଅତିବାଇଗଣୀ ରଶ୍ମୀ ଦ୍ବାରା ଭୂତାଣୁ ବିଶୋଧନ କରୁଥିବା ବାକ୍ସ ଏବଂ ଦ୍ବିତୀୟଟି ହାତରେ ଧରି ହେଉଥିବା ଅତିବାଇଗଣି ରଶ୍ମୀଯୁକ୍ତ ଉପକରଣ। ଏହି ଉପକରଣଗୁଡିକ ସଂସ୍ଥା ପକ୍ଷରୁ ଶୁକ୍ରବାର ସାର୍ବଜନୀନ କରାଯାଇଛି। ଏହା ପୂର୍ବରୁ ଭୂତାଣୁ ବିଶୋଧନ ନିମନ୍ତେ ଡିଆରଡିଓ ବହୁ ନୂତନ ଉପକରଣ ଉଦ୍ଭାବନ କରିଛି। ସ୍ବତଃ ସାନିଟାଇଜର ନିସୃତ କରୁଥିବା ଉପକରଣଟିକୁ ଦିଲ୍ଲୀର ଅଗ୍ନିଶମ ତଥା ପରିବେଶ ସୁରକ୍ଷା କେନ୍ଦ୍ର ଏଚପିଓ୧ ସହାୟତାରେ ବିକଶିତ କରିଛି। ଏହାକୁ ଅଫିସ କିମ୍ବା ଯେକୌଣସି ଅଟ୍ଟାଳିକାର ପ୍ରବେଶ ପଥରେ ସ୍ଥାପନ କରାଯାଇପାରିବ। ମେସିନଟି ଆଗନ୍ତୁକଙ୍କ ଉପରେ ହାତ ପରିଷ୍କାର କରିବାକୁ ବ୍ୟବହାର କରାଯାଉଥିବା ସାନିଟାଇଜର ସିଞ୍ଚନ କରିବ।

୧୨ ସେକେଣ୍ଡରେ ଏଥିରୁ ୫ରୁ୬ ଏମଏଲ ସାନିଟାଇଜର ବାହାରିବାର ବ୍ୟବସ୍ଥା କରାଯାଇଛି। ଏହାକୁ ହସ୍ପିଟାଲ, ମଲ, ଅଫିସ ବାହାରେ ମଧ୍ୟ ବ୍ୟବହାର କରାଯାଇପାରିବ। ସେହିଭଳି ଡିଆଇପିଏଏସ, ଆଇଏପିଏମଏଏସ ଏବଂ ଦିଲ୍ଲୀର ଡିଆରଡିଓ ପରୀକ୍ଷାକେନ୍ଦ୍ର ଠାରେ ଅଲଟ୍ରାଭାଓଲେଟ ସିଲାଇଟ ବିଶିଷ୍ଟ ସାନିଟାଇଜର ବକ୍ସ ଏବଂ ହ୍ୟାଣ୍ଡହେଲ୍‌ଡ ୟୁଭି-ସି ଉପକରଣ ମଧ୍ୟ ତିଆରି କରାଯାଇଛି।

Comments are closed.