ଜରୁରିକାଳୀନ ଔଷଧ ଯୋଗାଣ ଜାରି ରଖିବା ଏବଂ କଳାବଜାରୀ ରୋକିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ନୂଆଦିଲ୍ଲୀ : ଭିଡିଓ କନଫରେନ୍ସିଂ ଜରିଆରେ ଔଷଧ ପ୍ରସ୍ତୁତି ଉଦ୍ୟୋଗର ନେତୃବର୍ଗଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆଲୋଚନା କରିଛନ୍ତି। କୋଭିଡ-୧୯ ଆହ୍ୱାନର ମୁକାବିଲା କ୍ଷେତ୍ରରେ ଔଷଧ ଉତ୍ପାଦକ ଏବଂ ବିତରକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି ଉଦ୍ୟୋଗ ଜଗତ ଏପରି ଏପରି ଏକ ସଂକଟମୟ ପରିସ୍ଥିତିରେ ଜରୁରି ଔଷଧ, ଚିକିତ୍ସା ଉପକରଣ ଏବଂ ସରଞ୍ଜାମ ଯୋଗାଣ ଯଥେଷ୍ଟ ପରିମାଣରେ ଜାରି ରଖିବା ସହିତ ଅଭିନବ ସମାଧାନ ଖୋଜିବାର ମଧ୍ୟ ଆବଶ୍ୟକତା ରହିଛି।

ସକ୍ରିୟ ଔଷଧୀୟ ଉପାଦାନ (ଏପିଆଇ) ଯୋଗାଣ ଜାରି ରଖିବା ଲାଗି ଉଦ୍ୟୋଗ ଜଗତକୁ ସହାୟତା କରିବା ନିମନ୍ତେ ସରକାର ପ୍ରସ୍ତୁତ ଅଛନ୍ତି। ବର୍ତମାନ ଏଭଳି ଏପିଆଇ ଉତ୍ପାଦନ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ। ଦେଶ ଭିତରେ ଜରୁରି ଔଷଧ ଏବଂ ଚିକିତ୍ସା ସାମଗ୍ରୀ ଉତ୍ପାଦନ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ସରକାର ଯଥାକ୍ରମେ ୧୦ ହଜାର କୋଟି ଏବଂ ୪ ହଜାର କୋଟି ଟଙ୍କାର ଯୋଜନାକୁ ମଞ୍ଜୁରି ଦେଇଛନ୍ତି। କୋଭିଡ-୧୯ ପରୀକ୍ଷା ଲାଗି ଯୁଦ୍ଧକାଳୀନ ଭିତିରେ ଆରଏନଏ ନିଦାନ କିଟ ଉତ୍ପାଦନ କରିବା ଲାଗି ପ୍ରଧାନମନ୍ତ୍ରୀ ଉଦ୍ୟୋଗ ଜଗତର ନେତୃବର୍ଗଙ୍କୁ ନିବେଦନ କରିଥିଲେ।

ଔଷଧର କଳବଜାରୀ ଏବଂ ବେଆଇନ ମହଜୁଦ କରି ରଖିବା ଉପରେ ସତର୍କ ଦୃଷ୍ଟି ରଖିବା ଏବଂ ଜରୁରି ଔଷଧ ଯୋଗାଣ ବଜାୟ ରଖିବା ନିମନ୍ତେ ସେ ଖୁଚୁରା ଔଷଧ ବିକ୍ରେତା ଏବଂ ଫାର୍ମାସିଷ୍ଟମାନଙ୍କୁ ଅନୁରୋଧ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏପରି ଏକ ଜରୁରି ପରିସ୍ଥିତିରେ ସମ୍ପୂର୍ଣ୍ଣ ଔଷଧ ନିର୍ମାତା ଜଗତ ନିରନ୍ତର ଭାବେ କାର୍ଯ୍ୟ କରିବା ଏବଂ ଏବଂ ଔଷଧ କ୍ଷେତ୍ରରେ କାର୍ଯ୍ୟବଳର ଅଭାବକୁ ଦୂର କରିବା ଉଚିତ। ଔଷଧ ଦୋକାନରେ ଭିଡ଼ ଏଡ଼ାଇବା ନିମନ୍ତେ ହୋମ ଡେଲିଭରୀ ସେବା ଉପଯୋଗ କରିବା ନିମନ୍ତେ ସେ ପରାମର୍ଶ ଦେଇଥିଲେ। ଭୂତାଣୁ ସଂକ୍ରମଣ ରୋକିବା ଲାଗି ଡିଜିଟାଲ ପେମେଂଟ ପଦ୍ଧତିକୁ ଆପଣାଇବା ନିମନ୍ତେ ମଧ୍ୟ ସେ ପରାମର୍ଶ ଦେଇଥିଲେ।

ଫାର୍ମାସ୍ୟୁଟିକାଲ ଆସୋସିଏନ ପକ୍ଷରୁ ସଂକଟମୟ ପରିସ୍ଥିତିରେ ବଳିଷ୍ଠ ନେତୃତ୍ୱ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ବ୍ୟକ୍ତ କରାଯାଇଥିଲା। ଆସୋସିଏସନ ପକ୍ଷରୁ କୁହାଯାଇଥିଲା ଯେ ସେମାନେ ଜରୁରି ଔଷଧ ଏବଂ ଚିକିତ୍ସା ସରଞ୍ଜାମର ନିରନ୍ତର ଯୋଗାଣ ପ୍ରତି ସଂକଳ୍ପବଦ୍ଧ ତଥା ନୂଆ ଟିକା ବିକଶିତ କରିବା ଦିଗରେ ସେମାନେ ପ୍ରୟାସ ଜାରି ରଖିଛନ୍ତି। ଔଷଧ କ୍ଷେତ୍ର ପାଇଁ ସରକାରୀଙ୍କ ନୀତିଗତ ଘୋଷଣା ଏହି କ୍ଷେତ୍ରକୁ ବିଶେଷ ପ୍ରୋତ୍ସାହନ ଦେବ। ଏହି ଉଦ୍ୟୋଗ ଜଗତର ସମର୍ପଣ ଓ ପ୍ରତିବଦ୍ଧତା ଏବଂ କାର୍ଯ୍ୟ କରିବାର ଉତ୍ସାହକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ। ଲୋକମାନଙ୍କର ସେମାନଙ୍କ ପ୍ରତି ବିଶ୍ୱାସ ରହିଥିବା କାରଣରୁ ଲୋକମାନଙ୍କ ନିକଟରେ ବୈଜ୍ଞାନିକ ସୂଚନା ପହଁଚାଇବାରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଜରୁରି ସାମଗ୍ରୀ ଯୋଗାଣ ଲାଗି ବିମାନ ବନ୍ଦର ଏବଂ ବନ୍ଦର କର୍ତୃପକ୍ଷଙ୍କ ସହ ସରକାରଙ୍କ ଅବିମରା ପ୍ରୟାସ ଉପରେ ଔଷଧ ବିଭାଗ ସଚିବ ଆଲୋକପାତ କରିଥିଲେ। ବର୍ତମାନ ସୁଦ୍ଧା ଜରୁରି ଔଷଧ ଏବଂ ଚିକିତ୍ସା ସାମଗ୍ରୀର ଅଭାବ ହୋଇନଥିବା କାରଣରୁ ସ୍ୱାସ୍ଥ୍ୟ ସଚିବ ଫାର୍ମସ୍ୟୁଟିକାଲ୍ସ ଆସୋସିଏସନକୁ ଧନ୍ୟବାଦ ଜଣାଇଥିଲେ ଏବଂ ସୁରକ୍ଷା ପରିଧାନ ଉତ୍ପାଦନ ସଂଘ ସହିତ ସହଭାଗିତା ପାଇଁ ସେ ପରାମର୍ଶ ଦେଇଥିଲେ।

କେନ୍ଦ୍ର ଜାହାଜ ଚଳାଚଳ, ସାର ଓ ରସାୟନ ମନ୍ତ୍ରୀ, ପ୍ରମୁଖ ସଚିବ, କ୍ୟାବିନେଟ ସଚିବ, ସ୍ୱାସ୍ଥ୍ୟ ସଚିବ, ବୟନ, ଔଷଧ ସଚିବଙ୍କ ସମେତ ଭାରତ ସରକାର ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ସାମିଲ ହୋଇଥିଲେ। ଏହାବ୍ୟତୀତ ଫାର୍ମାସ୍ୟୁଟିକାଲ୍ସ ଆସୋସିଏସନ, ଇଣ୍ଡିଆନ ଫାର୍ମାସ୍ୟୁଟିକାଲ ଆଲାଏନ୍ସ, ଇଣ୍ଡିଆନ ଡ୍ରଗ ମାନୁଫାକଚର ଆସୋସିଏସନ, ଅର୍ଗାନାଇଜେସନ ଅଫ ଫାର୍ମାସ୍ୟୁଟିକାଲ ପ୍ରଡ୍ୟୁସର୍ସ ଅଫ ଇଣ୍ଡିଆ, ଅଲ ଇଣ୍ଡିଆ ଅର୍ଗାନାଇଜେସନ ଅଫ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ, ଟୋରେଂଟ ଫାର୍ମାସ୍ୟୁଟିକାଲ୍ସ, ବକ ଡ୍ରକ ମାନୁଫାକ୍‍ଚରିଂ ଆସୋସିଏସନ ଓ ଆସୋସିଏସନ ଅଫ ମେଡିକାଲ ଡିଭାଇସ ଇଣ୍ଡଷ୍ଟ୍ରୀର ପ୍ରତିନିଧିମାନେ ମଧ୍ୟ ଏଥିରେ ଯୋଗ ଦେଇଥିଲେ।

Comments are closed.