କାଏମ ରହିଲା ଅନୁସୂଚିତ ଜାତି ଓ ଜନଜାତି (ନିର୍ଯାତନା ନିବାରଣ) ସଂଶୋଧନ ଆଇନ

ନୂଆଦିଲ୍ଲୀ: ଅନୁସୂଚିତ ଜାତି ଓ ଜନଜାତି (ନିର୍ଯାତନା ନିବାରଣ) ସଂଶୋଧନ ଆଇନ ୨୦୧୮କୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନକୁ ସୋମବାର ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ଏହାଦ୍ୱାରା କେନ୍ଦ୍ର ସରକାର ଦ୍ୱାରା ପ୍ରସ୍ତୁତ ହୋଇଥିବା ସଂଶୋଧିତ ଆଇନ କାଏମ ରହିଛି। ଜଷ୍ଟିସ ଅରୁଣ ମିଶ୍ରା, ଜଷ୍ଟିସ ବୀନୀଶ ଶରଣ ଏବଂ ଜଷ୍ଟିସ ରବୀନ୍ଦ୍ର ଭଟ୍ଟଙ୍କ ଖଣ୍ଡପୀଠ ଏହି ଆବେଦନର ରାୟ ଶୁଣାଇଥିଲେ।

ଏସସି ଓ ଏସଟି ଆଇନ ଆଧାରରେ ଯେଉଁ ବ୍ୟକ୍ତି ବିରୋଧରେ ଅଭିଯୋଗ ଆସିବା ସଙ୍ଗେସଙ୍ଗେ ସେମାନେ ଶୀଘ୍ର ଗିରଫ ହେବେ। ଅଭିଯୁକ୍ତ ମାନଙ୍କୁ ଆଗୁଆ ଜାମିନ ମିଳିପାରିବ ନାହିଁ। ୨୦୧୮ରେ ମୋଦି ସରକାର ଏସସି/ଏସଟି ଆଇନରେ ଏହି ନିୟମ କରିଥିଲେ। ହେଲେ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା।

 

Comments are closed.