ମନ୍ଦିର ସମ୍ମୁଖରୁ ନବଜାତ ଶିଶୁପୁତ୍ର ଉଦ୍ଧାର

0

ଗଜପତି: ଗଜପତି ଜିଲା ରାୟଗଡ ବ୍ଳକ୍ ସଦର ମହକୁମା​‌ରେ ଥିବା ଜଗନ୍ନାଥ ମନ୍ଦିର ସମ୍ମୁଖରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି। ଶିଶୁଟିର କାନ୍ଦଣା ଶବ୍ଦ ଶୁଣି ସ୍ଥାନୀୟ ଲୋକ ପୁଲିସ ଖବର ଦେଇଥିଲେ । ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ନବଜାତ ଶିଶୁପୁତ୍ରଟିକୁ ଉଦ୍ଧାର କରି ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିଛି । ରାୟଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶିଶୁଟିର ସ୍ବାସ୍ଥ୍ୟାବଅସ୍ଥା ଯାଞ୍ଚ ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ମନ୍ଦିର ନିକଟରେ ଥିବା ଏକ ପଥରଗଦାରେ କେହି ଜଣେ ଏହି ନବଜାତ ଶିଶୁପୁତ୍ରଟିକୁ ଛାଡି ଦେଇ ଚାଲିଯାଇଥିବା ସନ୍ଦେହ କରାଯାଉଛି । ଆଜି ଭୋରରୁ ପ୍ରାତଃ ଭମ୍ରଣରେ ଆସିଥିବା ଲୋକମାନେ ପ୍ରଥମେ ଦେଖିଥିଲେ । ତେବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି । ଶିଶୁପୁତ୍ରଟିକୁ ପୌଷ୍ୟ ସନ୍ତାନ ରୂପେ ଗ୍ରହଣ କରିବାକୁ ସ୍ଥାନୀୟଅଞ୍ଚଳରେ କେତେକ ଦମ୍ପତ୍ତି ଆଗ୍ରହ ପ୍ରକାଶ କରିଛନ୍ତି।

Leave A Reply