ନ୍ୟୁଜିଲାଣ୍ଡର ପୂର୍ବତନ କ୍ରିକେଟର ରିଡ୍‌ଙ୍କ ଦେହାନ୍ତ

ୱେଲିଂଟନ : ନ୍ୟୁଜିଲାଣ୍ଡ କ୍ରିକେଟ୍‌ ଦଳର ପୂର୍ବତନ ବ୍ୟାଟ୍‌ସମ୍ୟାନ ଜନ୍‌ ରିଡ୍‌ଙ୍କର ମଙ୍ଗଳବାର ଦେହାନ୍ତ ଘଟିଛି। ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା। ରିଡ୍‌ ଦୀର୍ଘଦିନ ହେଲା ଅସୁସ୍ଥ ଥିଲେ। ବାମହାତି ବ୍ୟାଟ୍‌ସମ୍ୟାନ୍ ରିଡ୍‌ ୧୯୭୯ରୁ ୧୯୮୬ ପର୍ଯ୍ୟନ୍ତ ୧୯ଟି ଟେଷ୍ଟମ୍ୟାଚ୍‌ ଖେଳି ୬ଟି ଶତକ ସହ ୪୬ ଆଭ୍‌ରେଜ୍‌ରେ ୧୨୯୬ ରନ୍‌ ସ୍କୋର୍ କରିଥିଲେ। ନ୍ୟୁଜିଲାଣ୍ଡ ବ୍ୟାଟ୍‌ସମ୍ୟାନଙ୍କ ମଧ୍ୟରେ ସବୁଠାରୁ କମ୍ ୨୦ଟି ଟେଷ୍ଟ ଇନିଂସରେ ରିଡ୍‌ ୧୦୦୦ ରନ୍‌ ପୂରଣ କରିଥିଲେ। ସେ ମଧ୍ୟ ୨୫ଟି ଦିନିକିଆ ମ୍ୟାଚ୍‌ ଖେଳି ୪ଟି ଅର୍ଦ୍ଧଶତକ ସହ ୬୩୩ ରନ୍ କରିଥିଲେ। ୧୯୮୫ରେ ବ୍ରିସ୍‌ବେନ୍ ଟେଷ୍ଟରେ ନ୍ୟୁଜିଲାଣ୍ଡ ଇନିଂସ ବିଜୟ ହାସଲ କରିଥିବା ବେଳେ ରିଡ୍‌ ଶତକ ମାରିଥିଲେ।

Comments are closed.