କରୋନା କଟକଣା : ନୂଆବର୍ଷରେ ଭକ୍ତଶୂନ୍ୟ ଆଖଣ୍ଡଳମଣି ପୀଠ

୨ଯାଏଁ ୧୪୪ଧାରା ଜାରୀ

ଆରଡି : ନୂଆବର୍ଷର ଶୁଭ ମନାସିବା ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁମାନଙ୍କ ସମାଗମ ହୋଇଥାନ୍ତା ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡି ବାବା ଆଖଣ୍ଡଳମଣିଙ୍କ ପୀଠରେ। ହେଲେ ମହାମାରୀ କରୋନା ପାଇଁ ପୀଠରେ ୧୪୪ଧାରା ଜାରୀ କରାଯାଇଥିବାରୁ ଭକ୍ତଶୂନ୍ୟ ହୋଇପଡିଥିଲା ସମଗ୍ର ପୀଠ । ଏପରିକି ମନ୍ଦିର ପରିସରରେ ଶୁଭିନଥିଲା ଭକ୍ତଙ୍କ ହରିବୋଲ ହୁଳହୁଳି । ପ୍ରଶାସନ ପକ୍ଷରୁ ଗତ ଶୁକ୍ରବାର ଠାରୁ ଆସନ୍ତା ରବିବାର ଯାଏଁ କଟକଣା ଜାରି କରାଯାଇଛି । ଆସନ୍ତା ସୋମବାର ପୂର୍ବଭଳି କୋଭିଡ କଟକଣା ଅନୁଯାୟୀ ସକାଳ ୬ଟାରେ ସର୍ବସାଧାର ଭକ୍ତଙ୍କ ପାଇଁ ମନ୍ଦିର ଖୋଲିବ । ନୂଆବର୍ଷ ପାଇଁ ପୀଠରେ ସ୍ବତନ୍ତ୍ର ଏସଓପି ଜାରି କରାଯିବା ସହ ୧୪୪ ଧାରା ଜାରି କରାଯାଇଥିବାରୁ ଜିଲା ପ୍ରଶାସନ ପକ୍ଷରୁ ପରାମର୍ଶ ଅନୁଯାୟୀ ସୀମିତ ସେବାୟତଙ୍କ ଦ୍ବାରା ସମସ୍ତ ଦୈନନ୍ଦିନ ନୀତିକାନ୍ତି ଅନୁଷ୍ଠିତ ହେଉଅଛି ।

Comments are closed.