ନବବର୍ଷରେ ରାଶିର ପରିବର୍ତ୍ତନ

0

ନୂଆ ବର୍ଷରେ କେତେକ ରାଶିର ଗ୍ରହ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ଧନୁ ରାଶିରେ ପ୍ରାୟ ୩୦ ବର୍ଷ ପରେ ଶନି ଗ୍ରହର ପରିବର୍ତ୍ତନ ହେବ । ପୂର୍ବରୁ ୧୯୮୭ ଡିସେମ୍ବର ୧୮ରେ ଧନୁ ରାଶିରେ ଶନି ଚଳିଥିଲା ଏବଂ ୨୦୪୬ ଡିସେମ୍ବର ୮ରେ ପୁଣି ଶନି ଚଳିବେ ବୋଲି ଜଣାପଡିଛି ।

ମାର୍ଚ୍ଚ ୨୯ରେ ବୃହସ୍ପତି ବିଛା ରାଶିରୁ ଯାଇ ଧନୁ ରାଶିରେ ପ୍ରବେଶ କରିବେ । ସେହିପରି ରାହୁର ସ୍ଥାନ ମଧ୍ୟ ପରିବର୍ତ୍ତନ ହେବ । ମାର୍ଚ୍ଚ ୭ରେ ରାହୁ କର୍କଟ ରାଶିରୁ ଯାଇ ମିଥୁନ ରାଶିରେ ଚଳିବେ ଏବଂ କେତୁ ଧନୁ ରାଶିରେ ପ୍ରବେଶ କରିବେ । ଏହା ସହ ଶନି ପ୍ରଭାବରୁ କେତେକ ରାଶିକୁ ଶୁଭଫଳ ମିଳିବ ।

ରାଶି ଅନୁଯାୟୀ ଜାଣନ୍ତୁ କିପରି ରହିବ ଆପଣଙ୍କ ନୂଆବର୍ଷ

ମେଷ: ଆର୍ଥିକ ଉନ୍ନତି, ପାରିବାରିକ ଏବଂ ସାମାଜିକ ସ୍ଥିତି ମଧ୍ୟମ ରହିବ ।
ବୃଷ: ୨୦୧୯ ବୃଷ ରାଶିର ଲୋକଙ୍କ ପାଇଁ ଲାଭପ୍ରଦ ରହିବ । ଏହାସହ ଭାଗ୍ୟ ସାଥିରେ ରହିବ ।
ମିଥୁନ: ଏହି ବର୍ଷରେ ମାଙ୍ଗଳିକ କାର୍ଯ୍ୟ ସହ ଅନୂକୁଳ ସ୍ଥିତି ରହିବ ।
କର୍କଟ: ଆର୍ଥିକ ସମସ୍ୟା ଦୂର ହେବ । ଭୂମି ଓ ଯାନବାହନ ଯୋଗ ରହିଛି ।
ସିଂହ: ପ୍ରତିଷ୍ଠାରେ ବୃଦ୍ଧି ଏବଂ ସନ୍ତାନ ପକ୍ଷରୁ ସଫଳତା ପ୍ରାପ୍ତି ହେବ ।
କନ୍ୟା: ମାଙ୍ଗଳିକ କାର୍ଯ୍ୟର ସମ୍ଭାବନା ରହିଛି ।
ତୁଳା: ଧାର୍ମିକ ଓ ସାମାଜିକ ସକ୍ରିୟତା ବୃଦ୍ଧି ପାଇବ ।
ବିଚ୍ଛା: ବେପାର ବିସ୍ତାର ଓ ଲକ୍ଷ୍ୟ ହାସଲ ହେବ ।
ଧନୁ: ସ୍ଥାନ ପରିବର୍ତ୍ତନ ଓ ଅନୁକୂଳ ସ୍ଥିତି ରହିବ ।
ମକର: ଆର୍ଥିକ ଉନ୍ନତି ଏବଂ ସନ୍ତାନପ୍ରାପ୍ତି ହେବ ।
କୁମ୍ଭ: ମନୋସ୍କାମନା ପୂରଣ ସହ ପଦୋନ୍ନତି ହେବ ।
ମୀନ: ଉତ୍ତମ ଭାଗ୍ୟ ସହ ସନ୍ତାନପ୍ରାପ୍ତି ହେବ ।

ଆଲେଖ୍ୟ: ବୈଜୟନ୍ତୀ ନାୟକ

Leave A Reply