ସାମୋଆ,ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ  ନବବର୍ଷ ୨୦୧୯ ପାଳିତ

0

ସିଡ୍‌ନୀ . – ବିଶ୍ୱରେ ଅନେକ ଦେଶରେ ଇଂରାଜୀ ନବବର୍ଷ ୨୦୧୯ ପାଳିନ କରାଗଲାଣି । ଏହି ସବୁସ୍ଥାନରେ କ୍ୟାଲେଣ୍ଡର ତାରିଖ ୨୦୧୮ ଡିସେମ୍ବର ୩୧ରୁ ୨୦୧୯ ଜାନୁଆରୀ ୧ ତାରିଖ ହୋଇସାରିଲାଣି ।ସାମୋଆ, ନ୍ୟୁଜିଲାଣ୍ଡ ସହ ଅଷ୍ଟ୍ରେଲିଆରେ ନୂଆବର୍ଷ ପାଳନ କରାଯାଉଛି ।

ଏହି ସବୁ ଦେଶରେ ଧୂମଧାମରେ ନୂଆବର୍ଷ ୨୦୧୯ କୁ ସ୍ୱାଗତ କରାଯାଇଛି । ଏଥିପାଇଁ ସେଠାରେ ଚିତାକର୍ଷକ ଆତସବାଜି ପ୍ରଦର୍ଶନ କରାଯାଇଛି । ସିଡନୀରେ ଆତସବାଜି କାର୍ଯ୍ୟକ୍ରମ ଦେଖିବା ପାଇଁ ଲକ୍ଷ ଲକ୍ଷ ଲୋକ ଜମା ହୋଇଥିଲେ ।

ବିଶ୍ୱରେ ସାମୋଆ ଦ୍ୱୀପରେ ପ୍ରଥମେ ନୂଆବର୍ଷ ପ୍ରବେଶ କରିଥାଏ। ଏହାକୁ ଆମେରିକାନ ସାମୋଆ କୁହାଯାଏ । ଏହାପରେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆରେ ନୂଆବର୍ଷ ପ୍ରବେଶ କରିଥାଏ ।

ବିଶ୍ୱରେ ୩୮ରୁ ଅଧିକ ସ୍ଥାନୀୟ ସମୟ ଥିବାରୁ ଏହା ପ୍ରାୟ ୨୬ ଘଣ୍ଟା ଧରି ନୂଆ ବର୍ଷ ବିଭିନ୍ନ ସ୍ଥାନରେ ପାଳନ କରାଯାଇଥାଏ ।

ଦେଖନ୍ତୁ ସିଡିନୀରେ ହୋଇଥିବା ଆତସବାଜିର ଦୃଶ୍ୟ

Video courtesy – EURONEWS

Leave A Reply