ନବବର୍ଷ ପାଇଁ ବାସ୍ତୁ ନିୟମ

0

ନୂଆ ବର୍ଷ ପାଇଁ ଆଉ ଅଳ୍ପ ଦିନ ବାକି ଅଛି। ନୂଆବର୍ଷ ସମସ୍ତଙ୍କ ପାଇଁ ସଫଳତା ଓ ସୁଖମୟ ହେଉ ସେଥିପାଇଁ ଅନେକ ଉପାୟ କରିଥାଆନ୍ତି। ଏହାସହ ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ କିଛି ଉପାୟ ମଧ୍ୟ କରି ଥାଆନ୍ତି।

ଆସନ୍ତୁ ଜାଣିବା ସେ ଉପାୟ ଗୁଡିକ ବିଷୟରେ ..

୧. ଘରର ମୁଖ୍ୟଦ୍ବାର ଉଭୟ ସକାରାତ୍ମକ ଓ ନକରାତ୍ମକ ଶକ୍ତିର ପ୍ରବେଶ ପଥ ଅଟେ। ଏଥିପାଇଁ ଘରର ମୁଖ୍ୟଦ୍ବାରରେ ସର୍ବଦା ଚାନ୍ଦିରେ ତିଆରି ହୋଇଥିବା ସ୍ବସ୍ତିକ ଚିହ୍ନ ରଖନ୍ତୁ। ଏପରି କରିବା ଦ୍ବାରା ଗୃହ ମଧ୍ୟକୁ ସକାରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଏବଂ ନକରାତ୍ମକ ଶକ୍ତି ନାଶ ହୋଇଥାଏ।

୨. ଧନର ଦେବତା କୁବେର ଅଟନ୍ତି। ଘରର ଉତ୍ତର ଦିଗରେ ତାଙ୍କର ଦିଗ ଅଟେ। ତେଣୁ ଉତ୍ତର ଦିଗକୁ ସଶକ୍ତ କରନ୍ତୁ।

୩. ନିଜ ଗୃହର ବଗିଚାରେ ବୃକ୍ଷଲତା ଲଗାଇବା ଦ୍ବାରା ସକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ। ତେଣୁ ବୃକ୍ଷଲତା ଲଗାନ୍ତୁ।

୪. ଘରର ଉତ୍ତର, ପୂର୍ବ ଦିଗକୁ ନୂଆବର୍ଷରେ ସଫା ରଖନ୍ତୁ। ପୁରୁଣା ଓ ଅବ୍ୟବହୃତ ପୋଷାକ ଘରୁ ବାହାର କରି ଦିଅନ୍ତୁ।

୫. ଘରେ ଏପରି ଫଟୋ ଲଗାନ୍ତୁ ଯେପରି ଉତ୍ସାହ, ଆନନ୍ଦ ଓ ସୁଖଶାନ୍ତିର ବାତାବରଣ ରହିବ।

୬. ଜଳ ସମ୍ବନ୍ଧିତ ଫଟୋକୁ ଭୁଲରେ ଶୟନ କକ୍ଷରେ ଲଗାନ୍ତୁ ନାହିଁ।

୭. ଘରର ଦକ୍ଷିଣ-ପଶ୍ଚିମ ଦିଗରେ ଦର୍ପଣ ଲଗାନ୍ତୁ ନାହିଁ। ଏପରି କରିବା ଦ୍ବାରା କାର୍ଯ୍ୟରେ ସଫଳତା ପ୍ରାପ୍ତି ହୋଇନଥାଏ।

୮. ଘରର ଦକ୍ଷିଣ ଦିଗ ନୀଳ ରଙ୍ଗ କରନ୍ତୁ ନାହିଁ। ଏହାକୁ ଲାଲ ଓ ସବୁଜ ରଙ୍ଗ କରିପାରିବେ।

୯. ନୂଆବର୍ଷରେ ନୂତନ ଜମି କିଣୁଥିଲେ ଖାସ ଧ୍ୟାନ ଦିଅନ୍ତୁ। ଦକ୍ଷିଣ-ପଶ୍ଚିମ ଦିଗକୁ ବାଟ ହୋଇଥିବା ଜମି କିଣନ୍ତୁ ନାହିଁ।

୧୦. ଦକ୍ଷିଣ ଦିଗରେ ରୋଷେଇ ଘର କରିଥିଲେ ସେଠାରେ ଧଳା ରଙ୍ଗର ବସ୍ତୁ ରଖିବା ଦ୍ବାରା ବାସ୍ତୁଦୋଷ ଦୂର ହୋଇଥାଏ।

ଆଲେଖ୍ୟ : ପ୍ରଜ୍ଞାସିନୀ ମଲ୍ଲିକ୍

 

Leave A Reply