ଚୀନ୍‌ର ବୁହାନର ବୈଜ୍ଞାନିକଙ୍କ ଚେତାବନୀ -ଆଉ ଏକ ଘାତକ କୋଭିଡ୍‌ ଭୁତାଣୁ ନିଉକୋଭ୍‌ ଚିହ୍ନଟ

ବୁହାନରେ ମାରାତ୍ମକ ପ୍ରଜାତିର କୋଭିଡ୍‌ ଭୁତାଣୁ

ନୂଆଦିଲ୍ଲୀ – କୋଭିଡ୍‌ ଭୁତାଣୁ ଯୋଗୁଁ ସାରା ବିଶ୍ୱରେ ମହାମାରୀ ପରିସ୍ଥିତି । ୨୦୨୦ ଏବଂ ୨୦୨୧ ମସିହାରେ ସାରା ବିଶ୍ୱକୁ ଏହି ଭୁତାଣୁ କବଳିତ କରି ରଖିଥିଲା। ମହାମାରୀ ଯୋଗୁଁ ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ବିଶ୍ୱର ଅର୍ଥନୀତି ଟଳମଳ ହୋଇଥିଲା । ଚୀନ୍‌ର ବୁହାନରେ କୋଭିଡ୍‌ ଭୁତାଣୁ ପ୍ରଥମେ ଚିହ୍ନଟ ହୋଇଥିଲା । ମାତ୍ର ଚୀନ୍‌ ଏହି ତଥ୍ୟକୁ ଅନେକ ଦିନ ପର୍ଯ୍ୟନ୍ତ ଲୁଚାଇ ରଖିଥିଲା।

ଏବେ ବୁହାନର ବୈଜ୍ଞାନିକ ସେଠାରେ ଆଉ ଏକ ନୂଆ ଭୁତାଣୁ ବ୍ୟାପୁଥିବା ଚେତାବନୀ ଦେଇଛନ୍ତି । ଏହାର ନାମ ନିଉ କୋଭ ରଖାଯାଇଛି । ପ୍ରତି ତିନି ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଜଣଙ୍କର ଏଥିରେ ମୃତ୍ୟୁ ହେଉଥିବା ବୈଜ୍ଞାନିକମାନେ କହିଛନ୍ତି । MERS-CoV ଭୁତାଣୁ ପରି NeoCoV ଭୁତାଣୁ ବିପଦଜନକ ବୋଲି ବୈଜ୍ଞାନିକମାନେ ଚେତେବନୀ ଦେଇଛନ୍ତି ।

NeoCoVର ମର୍ସକୋଭ୍‌ ସହ ସମ୍ପର୍କ ରହିଛି । ପଶ୍ଚିମ ଏସିଆରେ ମର୍ସକୋଭ ଯୋଗୁଁ ୨୦୧୨ ଏବଂ୨୦୧୫ ମସିହାରେ ଭୟାନକ ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ନିଉ କୋଭ ଭୁତାଣୁ ବିଷୟରେ ଏବେ ଅଧିକ ଅଧ୍ୟୟନ କରାଯାଉଛି । କୋଭିଡ୍‌ର ଟିକା ଏହା ଉପରେ ପ୍ରଭାବ ପକାଉଛି କି ନାହିଁ ସେ ବିଷୟରେ ଗବେଷଣା ଚାଲିଛି ।

Comments are closed.