ଆକାଶ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ : ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ପ୍ରତିଷ୍ଠାନ (ଡିଆରଡିଓ) ସୋମବାର ନୂଆ ଭର୍ସନର ଆକାଶ କ୍ଷେପଣାସ୍ତ୍ରକୁ ଚାନ୍ଦିପୁର ଆଇଟିଆରରୁ ସଫଳ ପରୀକ୍ଷା କରିଛି। ଭୂପୃଷ୍ଠରୁ ଆକାଶ ମାର୍ଗକୁ ଲକ୍ଷ୍ୟଭେଦ କରାଯାଇପାରୁଥିବା ଏହି ନୂଆ ଭର୍ସନ କ୍ଷେପଣାସ୍ତ୍ର ହେଉଛି ଆକାଶ-ଏମକେ ୧ଏସ୍। ଆକାଶ-୧ଏସ୍‌ର ଏହା ହେଉଛି ଦ୍ବିତୀୟ ସଫଳ ପରୀକ୍ଷଣ। ଦୁଇଦିନ ପୂର୍ବେ ଶନିବାର ମଧ୍ୟ ଏହାକୁ ସଫଳ ପରୀକ୍ଷା କରାଯାଇଥିଲା। ଏହା ୨୫ କିମି ଦୂର ଓ ୧୮୦୦୦ ମିଟର ଉଚ୍ଚତାକୁ ନିଶାଣ କରିପାରିବ। ଆକାଶ କ୍ଷେପଣାସ୍ତ୍ରକୁ ୨୦୧୩ରେ ବାୟୁସେନାରେ ସାମିଲ କରାଯାଇଛି। ଏହାକୁ ଗ୍ବାଲିୟର, ହାସିମପୁର, ତେଜପୁର, ଜୋରହାଟ ଓ ପୁଣେ ଘାଟିରେ ନିୟୋଜିତ କରାଯାଇଛି।

Comments are closed.