ଏଲ ଆଦିମୁଲାମ ଆଇଏନଏସର ନୂତନ ସଭାପତି, ସମାହିତ ବଳ କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ

ଭୁବନେଶ୍ବର : ଇଣ୍ଡିଆନ ନ୍ୟୁଜ ପେପର ସୋସାଇଟି (ଆଇଏନଏସ)ର ନୂତନ ସଭାପତି ଭାବେ ‘ହେଲ୍‍ଥ ଆଣ୍ଡ ଦି ଆଣ୍ଟିସେପ୍ଟିକ’ର ଏଲ ଆଦିମୁଲାମ ୨୦୨୦-୨୧ ପାଇଁ ନିର୍ବାଚିତ ହୋଇଛନ୍ତି। ସେହିପରି ‘ପ୍ରଗତିବାଦୀ’ର କାର୍ଯ୍ୟନିର୍ବାହୀ ନିର୍ଦେଶକ ସମାହିତ ବଳ ଆଇଏନଏସର କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ପୁନଃ ନିର୍ବାଚିତ ହୋଇଛନ୍ତି। ଏଥିସହିତ ଆନନ୍ଦ ବଜାର ପତ୍ରିକାର ଡିଡି ପୁରକାୟସ୍ଥ ଡେପୁଟି ପ୍ରେସିଡ଼େଣ୍ଟ, ଇକୋନୋମିକ ଟାଇମ୍ସର ମୋହିତ ଜୈନ ଭାଇସ ପ୍ରେସିଡ଼େଣ୍ଟ, ଆଜ୍‌ ସମାଜର ରାକେଶ ଶର୍ମା ଅବୈତନିକ କୋଷାଧ୍ୟକ୍ଷ, ମହାସଚିବ ଭାବରେ ମିସ. ମେରୀ ପଲ ନିର୍ବାଚିତ ହୋଇଥିବାବେଳେ କାର୍ଯ୍ୟନିର୍ବାହୀ କମିଟିକୁ ମୋଟ ୪୧ ଜଣ ନିର୍ବାଚିତ ହୋଇଛନ୍ତି। ଶୁକ୍ରବାର ବେଙ୍ଗାଲୁରୁଠାରେ ଆଇଏନଏସର ୮୧ତମ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଦେଶର ଖବରକାଗଜ, ମାଗାଜିନ ଏବଂ ପାକ୍ଷିକ ସମ୍ବାଦପତ୍ରର ପ୍ରକାଶକ ଯୋଗ ଯୋଗଦେଇଥିଲେ।

Comments are closed.