କରୋନାର ନୂଆ ଲକ୍ଷଣ; ବାନ୍ତି ଓ ପେଟ ଦରଜ

ନୂଆଦିଲ୍ଲୀ: କରୋନା ଭୂତାଣୁର ନୂଆ ଷ୍ଟ୍ରେନ ସାମ୍ନାକୁ ଆସିବା ପରେ ରୋଗୀଙ୍କଠାରେ ନୂଆ ନୂଆ ଲକ୍ଷଣ ବି ଦେଖିବାକୁ ମିଳୁଛି। ଏବେ ରୋଗୀଙ୍କର ବାନ୍ତି ହେବା ସହିତ ପେଟ ମଧ୍ୟ ଦରଜ ହେଉଛି। ଦିଲ୍ଲୀର ଦୁଇଟି ସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିାବ ୭୦ ପ୍ରତିଶତ ରୋଗୀଙ୍କଠାରେ ଏହି ଲକ୍ଷଣ ଦେଖାଦେଇଛି। ବାନ୍ତି ସହିତ ଡାଇରିଆ ହେଉଛି। କରୋନା ଭୂତାଣୁର ରୂପ ବଦଳିବା ସହିତ ଲକ୍ଷଣ ବଦଳୁଥିବା ଡାକ୍ତର କହିଛନ୍ତି।

ଦିଲ୍ଲୀରେ ପ୍ରାୟ ୬ ଲକ୍ଷ ୫୦ ହଜାର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ରୋଗୀଙ୍କଠାରେ ଜ୍ବର, ଶ୍ବାସକ୍ରିୟାରେ କଷ୍ଟ, ଶୁଖିଲା କାଶ ଭଳି ଲକ୍ଷଣ ଦେଖିବାକୁ ମିଳିଥିବାବେଳେ ୩୦ ପ୍ରତିଶତ ଆକ୍ରାନ୍ତଙ୍କର ଘ୍ରାଣଶକ୍ତି ହ୍ରାସ ସହିତ ଖାଦ୍ୟର ସ୍ବାଦ ବାରି ନ ପାରିବା ଭଳି ଲକ୍ଷଣ ଦେଖାଯାଇଛି। ତେବେ ରାଜୀବ ଗାନ୍ଧୀ ସୁପରିସ୍ପେଶାଲିଟି ହସ୍ପିଟାଲର ଜଣେ ଡାକ୍ତର କହିଛନ୍ତି ଯେ, ଗତ ଏକ ସପ୍ତାହ ଧରି ହସ୍ପିଟାଲକୁ ଯେଉଁ ରୋଗୀ ଆସୁଛନ୍ତି, ସେମାନଙ୍କ ମଧ୍ୟରୁ ୭୦ ପ୍ରତିଶତଙ୍କଠାରେ ପେଟ ଦରଜ, ବାନ୍ତି ଏବଂ ଡାଇରିଆ ଭଳି ଲକ୍ଷଣ ଦେଖିବାକୁ ମିଳୁଛି।

Comments are closed.