ବଜାରରେ ସୁଜୁକିର ଦୁଇ ପ୍ରିମିୟମ୍ ମଟରସାଇକଲ 

ଭୁବନେଶ୍ବର : ସୁଜୁକି ମଟର ସାଇକେଲ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଦୁଇ ଦୁଇ ପ୍ରିମିୟମ ବାଇକ୍‌ ଜିକ୍ସର ଏସ୍‌ଏଫ୍‌ ୨୫୦ ଏବଂ ଜିକ୍ସର ଏସ୍‌ଏଫ୍‌ର ବଜାର ପ୍ରବେଶ କରାଯାଇଛି ା ପ୍ରିମିୟମ ୨୫୦ସିସିରେ ଆସିଥିବା ଏହି ବାଇକ୍‌ ଦ୍ବୟକୁ କମ୍ପାନୀର ଜିଏମ୍‌ ପ୍ରଡକ୍ଟ ଫ୍ଲାନିଂ ୟୋଶିଆକି ହାରାଡା ଏବଂ ନ୍ୟାସନାଲ ହେଡ୍‌ (ସେଲ୍ସ) ଦୀପକ ମୁତ୍ରେଜା ବଜାର ପ୍ରବଶେ କରାଇଥିଲେ ା ଜିକ୍ସର ଏସ୍‌ଏଫ୍‌ ୨୫୦ର ଏକ୍ସ ଶୋ ରୁମ୍‌ ଭୁବନେଶ୍ବର ମୂଲ୍ୟ ୧,୭୦,୬୫୫ ଟଙ୍କା ଏବଂ ଜିକ୍ସର ଏସ୍‌ଏଫ୍‌ର ମୂଲ୍ୟ ୧,୦୯,୮୭୦ ଯଙ୍କା ା ନୂତନ ଭାବେ ବଜାର ପ୍ରବେଶ ହୋଇଥିବା ଜିକ୍ସର ଏସ୍‌ଏଫ୍‌ ୨୫୦ ଏକ ୨୪୯ସିସି, ସୁଜୁକି ଅଇଲ ଶୀତଳନ ପ୍ରଣାଳୀ (ଏସଓସିଏସ) ସକ୍ଷମ ହୋଇଥିବା ଚାରି-ଷ୍ଟ୍ରୋକ, ଚରମ ପ୍ରଦର୍ଶନ ପ୍ରଦାନ କରୁଥିବା ଏକକ-ସିଲିଣ୍ଡର ଇନ୍ଧନ ଇଞ୍ଜେକ୍ସନ ଏସଓସିଏସ ଇଞ୍ଜିନ​ ଦ୍ବାରା ଚାଳିତ ହୋଇଥାଏ । ଜିକ୍ସର ଏସ୍‌ଏଫ୍‌ ଏକ ପ୍ରଦର୍ଶନ-ଓରିଏଣ୍ଟ ହୋଇଥିବା ମଟରସାଇକେଲ ଯାହାର ୧୫୫ସିସି, ଚାରି-ଷ୍ଟ୍ରୋକ, ଏକକ-ସିଲିଣ୍ଡର ଇନ୍ଧନ ଇଞ୍ଜେକ୍ସନ ରହିଛି ।

Comments are closed.