ଆସିବ ନୂତନ ଧରଣର ସ୍ମାର୍ଟଫୋନ

ଜାପାନ : ଜାପାନର ନାମୀ ସ୍ମାର୍ଟଫୋନ୍ କମ୍ପାନୀ ଖୁବ୍ ଶୀଘ୍ର ବଜାରରେ ଫୋଲଡିଙ୍ଗ୍‌୍ ସ୍ମାର୍ଟଫୋନ୍‌‌ର ପ୍ରବେଶ କରାଇବ ବୋଲି ଜଣାପଡ଼ିଛି। କମ୍ପାନୀର ଇଂଜିନିୟର ଏ ବାବଦରେ ଗଣମାଧ୍ୟମକୁ ଅବଗତ କରାଇବା ସହ ଏହାର କାମ ଖୁବ୍ ଜୋର୍‌​‌େ​‌ର ଚାଲିଛି। ଆଗାମୀ ୨ ବର୍ଷ ମଧ୍ୟରେ ଏହା ଗ୍ରାହକ ବ୍ୟବହାର କରିବେ। ଫୋଲଡିଙ୍ଗ୍‌ସ୍ମାର୍ଟଫୋନ୍‌‌ର ଉପରି ଭାଗରେ ବ୍ୟବହାରକାରୀଙ୍କୁ ନୋଟିଫିକେସନ୍ ମିଳିବା ସହ ଫୋନ୍ ଅନ୍-ଅଫ୍ ମଧ୍ୟ ହୋଇପାରିବ। ଫୋଲଡିଙ୍ଗ୍‌ ସ୍କ୍ରିନ୍‌‌କୁ ଖୋଲିବା ପରେ ସ୍କ୍ରିନ୍‌ଟି ୯ ଇଞ୍ଚରୁ ବଡ଼ ହେବ ବୋଲି ଇଂଜିନିୟରଙ୍କ ମତ। ମିଳିଥିବା ତଥ୍ୟ ଅନୁସାରେ,କାନାଡାର ଗବେଷକଦଳ ଗୋଲାକାର ସ୍ମାର୍ଟଫୋନ୍‌‌ ନିର୍ମାଣ କରିଛନ୍ତି। ଗୋଲାକୃତି ଏହି ଫୋନ୍‌‌ର ନାମ ‘ସିଲିଣ୍ଡ୍ରିକାଲ୍ ସ୍ମାର୍ଟଫୋନ୍’ ରଖାଯାଇଛି। ଏଥିରେ ଦୁଇଟି ସ୍କ୍ରିନ୍ ଥିବାବେଳେ ଆପଣ ନିଜ ପ୍ରିୟଜନଙ୍କୁ ଫୋନ୍ କଲ୍ କରିପାରିବେ। ହେଲେ ଏହାର ଗୋଲାକୃତି ଆକାର କାରଣରୁ ବାର୍ତ୍ତାଳାପ କଷ୍ଟକର ବ୍ୟାପାର ହୋଇପାରେ ବୋଲି ଗବେଷକଙ୍କ ମତ।

Comments are closed.