ରିଲିଜ୍‍ ହେଲା ‘ମଲଙ୍ଗ’ର ନୂଆ ଗୀତ ‘ଫିର୍‍ ନା ମିଲେଁ କଭି…’

ମୁମ୍ବଇ: ଆଦିତ୍ୟ ରୟ କପୁର ଓ ଦିଶା ପଟାନୀଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ମଲଙ୍ଗ’ର ନୂଆ ଗୀତ ମଙ୍ଗଳବାର ରିଲିଜ୍‍ ହୋଇଛି। ଗୀତର ନାଁ ରହିଛି ‘ଫିର୍‍ ନା ମିଲେଁ କଭି…’। ଗୀତରେ ଆଦିତ୍ୟ ଓ ଦିଶାଙ୍କୁ ଦେଖିବାକୁ ମିଳିଛି। ଅଙ୍କିତ ତିୱାରୀ ଏଥିରେ କଣ୍ଠଦାନ କରିଛନ୍ତି। ସେହିପରି ପ୍ରିନ୍ସ ଦୁବେ ଗୀତ ରଚନା କରିଛନ୍ତି।

ଆଦିତ୍ୟଙ୍କ ଭଏସ୍‍ ଓଭରରୁ ଗୀତ ଆରମ୍ଭ ହେଉଛି। ସେ କହୁଛନ୍ତି, ‘ସମ୍ପର୍କ ଭାଙ୍ଗିବାର କଷ୍ଟ ସହିଛି ମୁଁ, ସେଥିପାଇଁ ସବୁବେଳେ ସମ୍ପର୍କରୁ ଦୂରେଇ ରହେ। କଷ୍ଟ ସହିବାଠାରୁ ଭଲ ସମ୍ପର୍କ ତିଆରି ନ କରିବା’। ଗୀତରେ ଭାବ ପ୍ରବଣତାର ବାସ୍ନା ସମ୍ପୂର୍ଣ୍ଣ ବାରି ହୋଇପଡ଼ୁଛି। ଆଦିତ୍ୟ ଗୀତକୁ ସାମାଜିକ ଗଣମାଧ୍ୟମରେ ଶେୟାର କରିବା ସହ ଲେଖିଛନ୍ତି, ‘ତୁ ଆକାଶ ଆଉ ମୁଁ ମାଟି…ଆମର ପୁଣି କେବେ ଦେଖା ନ ହେଉ’। ଗୀତକୁ ଲୋକେ ଖୁବ୍‍ ପସନ୍ଦ କରୁଥିବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ମୋହିତ ସୁରୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଚଳିତ ବର୍ଷ ୭ ଫେବୃଆରୀରେ ପରଦାକୁ ଆସିବ।

Comments are closed.