ଜେଲରେ ନୂଆ ନିୟମ ; ଏଣିକି ରେକର୍ଡ ହେବ କଏଦୀଙ୍କ ଫୋନ କଲ

ଭୁବନେଶ୍ୱର: ଜେଲରେ କଏଦୀମାନଙ୍କ ପାଇଁ ଏକ ନୂଆ ନିୟମ ଲାଗୁ କରାଯାଇଛି। ନୂଆ ନିୟମ ଅନୁସାରେ, ଏଣିକି ଜେଲରେ କଏଦୀମାନେ କଥା ହେଲେ ତାଙ୍କର କଲ ରେକର୍ଡ କରାଯିବ। ଏହାସହିତ କଏଦୀମାନଙ୍କୁ ସର୍ବାଧିକ ତିନୋଟି ନମ୍ବରକୁ କଲ କରିବା ପାଇଁ ଅନୁମତି ଦିଆଯିବ ଏବଂ କଏଦୀ କଲ କରିବାକୁଥିବା ନମ୍ବରକୁ କଥା ହେବା ପୂର୍ବରୁ ପ୍ରଥମେ ଯାଞ୍ଚ କରାଯିବ।

pic courtesy-twitter

ଖାଲି ଏତିକି ନୁହେଁ, କଏଦୀମାନେ କଥା ହେବାପାଇଁ ନିର୍ଦ୍ଧାରିତ ସମୟ ଦିଆଯିବ ଏବଂ ଏହି ସମୟ ଅତିକ୍ରମ କରିଗଲେ ଆପଣାଛାଏଁ କଲଟି କଟିଯିବ। ପ୍ରଥମେ ଏହି ନିୟମକୁ କଟକ-ଚୌଦ୍ୱାର ଓ ଭୁବନେଶ୍ବର-ଝାରପଡ଼ା ଜେଲରେ ଲାଗୁ କରାଯିବ।  ଏନେଇ ଜେଲ ବିଭାଗ ଡିଜି ସତ୍ୟଜିତ ମହାନ୍ତି ଗୁରୁବାର ସୂଚନା ଦେଇଛନ୍ତି।

Comments
Loading...