ପଣ୍ୟ ପରିବହନ ବୃଦ୍ଧି ପାଇଁ ରେଳବାଇର ପ୍ରୋତ୍ସାହନ ଯୋଜନା

ଭୁବନେଶ୍ୱର: ପଣ୍ୟ ପରିବହନକାରୀମାନଙ୍କୁ ରେଳପଥ ସହଯୋଗରେ ପଣ୍ୟ ପରିବହନ କରିବା ନିମନ୍ତେ ଆକୃଷ୍ଟ କରିବା ପାଇଁ ରେଳବାଇ ପକ୍ଷରୁ ବିଭିନ୍ନ ପ୍ରୋତ୍ସାହନ ଯୋଜନା ନିକଟରେ ଆରମ୍ଭ କରାଯାଇଛିl ଏହି ପ୍ରୋତ୍ସାହନ ଯୋଜନା ମାର୍ଗଦର୍ଶିକା ଅନୁଯାୟୀ ଗୁଡ଼ସ ସେଡ ଏବଂ ସାଇଡିଂଠାରେ ଯୋଗାଇ ଦିଆଯାଏ। ନୂଆ ପରିବହନକାରୀମାନଙ୍କୁ ଆକୃଷ୍ଟ କରିବା ନିମନ୍ତେ ଏହାକୁ ଆହୁରି ଅଧିକ କୋହଳ କରାଯାଇଛି। ପୂର୍ବରୁ ଫ୍ଲାଇ ଆଶ ସମାନ ରୂପେ ବସ୍ତାରେ ଭର୍ତ୍ତି ହୋଇ ବୋଝେଇ ହେବା କ୍ଷେତ୍ରରେ ରିଆତି ଦିଆଯାଉଥିଲାl

ବର୍ତ୍ତମାନ ରେଳ ବୋର୍ଡ ଖୋଲା ୱାଗନରେ ଖୋଲା/ଅଧିକ ପରିମାଣର ଫ୍ଲାଇ ଆଶ ବୋଝେଇ ନିମନ୍ତେ ଅନୁମତି ପ୍ରଦାନ କରିଛନ୍ତି। ମୁକ୍ତ ୱାଗନ (ବସ୍ତା କିମ୍ୱା ଖୋଲା/ଅଧିକ ପରିମାଣ ର ପ୍ୟାକିଂ) ଓ ଫ୍ଲାଟ ୱାଗନଗୁଡିକ ପାଇଁ ଲାଗୁ ହେଉଥିବା ରିଆତି (ସାଧାରଣ ଟ୍ରାଫିକ ରେଟ) ପାଇଁ ୪୦% ରିଆତି ଏବଂ ୱାଗନକୁ ଘୋଡାଇ ରଖିବା, ବସ୍ତାରେ ପ୍ୟାକିଂ କରିବା ପାଇଁ ଅନୁମତି ମିଳିବ ଏବଂ (ନିମ୍ନତମ ଦର ଦେଇଥିବା) ଶ୍ରେଣୀଙ୍କ ଏନଟିଆରଙ୍କୁ ଏଥିପାଇଁ ଶୁଳ୍କ ଦେବାକୁ ହେବ। ଫ୍ଲୋର ରେଟ ଓ ଲିଡ଼ ପାଇଁ କୌଣସି ପ୍ରତିବନ୍ଧକ ନାହିଁ l କିନ୍ତୁ ବସ୍ତାରେ ଥିବା ମାଲ କ୍ଷେତ୍ରରେ ଏଗୁଡିକ ସମାନ ମାନକ ଆକାରର ହେବା ଉଚିତ ଏବଂ ଅଧିକ ପରିମାଣର ମାଲ କ୍ଷେତ୍ରରେ ଏଗୁଡ଼ିକରେ ଜଳ ସିଞ୍ଚନ କରାଯିବା ଉଚିତ ଏବଂ ତାରପୋଲିନ ଦ୍ଵାରା ଢଙ୍କା ଯିବା ଦରକାର। ଏହି ନିର୍ଦ୍ଦେଶାବଳୀ ଅଗଷ୍ଟ ୮ଠାରୁ କାର୍ଯ୍ୟକାରୀ ହେବl ଏହାବ୍ୟତୀତ, ରେଳ ବୋର୍ଡ ଦୈନିକ ୱାଗନ ପ୍ରତି ୫୦୦ ଟଙ୍କା ହିସାବରେ ଥିବା ଷ୍ଟାବିଙ୍ଗ ଦେୟ କୋହଳ କରିଛି। ଏଥିପାଇଁ ଗତ ୧୮ ମେରୁ ୩୧ ଅକ୍ଟୋବର ପର୍ଯ୍ୟନ୍ତ କଣ୍ଟେନର ଟ୍ରାଫିକ ନିମନ୍ତେ କୌଣସି ଷ୍ଟାବିଙ୍ଗ ଦେୟ ଆଦାୟ କରାଯିବନାହିଁ l ପଣ୍ୟ ପରିବହନ ଉପଭୋକ୍ତାଙ୍କ ଲାଭ ପାଇଁ ପୂର୍ବରୁ ୧୪ ପଣ୍ୟ ପ୍ରୋତ୍ସାହନ ଯୋଜନା କାର୍ଯ୍ୟକାରୀ ହେଉଥିଲା ଏବଂ ବର୍ତ୍ତମାନ ଏହା ସହିତ ଆହୁରି ତିନୋଟି ଅଧିକ ପଣ୍ୟ ପ୍ରୋତ୍ସାହନ ଯୋଜନା ଆରମ୍ଭ କରାଯାଇଛିl

Comments
Loading...