ଆଉ ୪୨୭୦ ଆକ୍ରାନ୍ତ ଚିହ୍ନଟ : ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୬୨ ହଜାର ଟପିଲା

ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି। ବୁଧବାର ରାଜ୍ୟର ୩୦ଟି ଜିଲ୍ଲାରୁ ୪୨୭୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ  ୨୪୭୮ ସଙ୍ଗରୋଧ କେନ୍ଦ୍ରରୁ ଏବଂ ୧୭୯୨ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ​​। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୬୨,୯୨୦କୁ ବୃଦ୍ଧି ପାଇଛି। ଖୋର୍ଦ୍ଧାରୁ ସର୍ବାଧିକ ୮୭୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜି ଅନୁଗୋଳରୁ ୧୪୭, ବାଲେଶ୍ବରରୁ ୧୫୦, ବରଗଡ଼ରୁ ୧୮୩, ଭଦ୍ରକରୁ ୫୫ ଏବଂ ବଲାଙ୍ଗୀରରୁ ୯୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ସେହିପରି ବୌଦ୍ଧରୁ ୨୨, କଟକରୁ ୩୭୪, ଦେବଗଡ଼ରୁ ୧୮, ଢେଙ୍କାନାଳରୁ ୬୩, ଗଜପତିରୁ ୫୮, ଗଞ୍ଜାମରୁ ୬୮, ଜଗତସିଂହପୁରରୁ ୧୮୮, ଯାଜପୁରରୁ ୧୬୨, ଝାରସୁଗୁଡାରୁ ୧୨୧, କଳାହାଣ୍ଡିରୁ ୪୪, କନ୍ଧମାଳରୁ ୭୩, କେନ୍ଦ୍ରାପଡାରୁ ୯୯, କେନ୍ଦୁଝରରୁ ୮୭, କୋରାପୁଟରୁ ୮୩ ଓ ମାଲକାନଗିରିରୁ ୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅନ୍ୟପକ୍ଷରେ  ମୟୂରଭଞ୍ଜରୁ ୧୩୧, ନବରଙ୍ଗପୁରରୁ ୮୬, ନୟାଗଡ଼ରୁ ୪୭,ନୂଆପଡାରୁ ୧୧୯, ପୁରୀରୁ ୨୮୭, ରାୟଗଡାରୁ ୮୦, ସମ୍ବଲପୁରରୁ ୧୧୪, ସୁବର୍ଣ୍ଣପୁରରୁ ୭୪, ସୁନ୍ଦରଗଡରୁ ୩୮ ଏବଂ ଷ୍ଟେଟ ପୁଲରୁ ୨୬୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୬ ହଜାର ୪୭୩ ଥିବା​​‌ବେଳେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧ ଲକ୍ଷ ୨୫ ହଜାର ୭୩୮ରେ ପହଞ୍ଚିଛି।

Comments are closed.